ରିପୋର୍ଟ କାର୍ଡ / ଭୁବନେଶ୍ବର
ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି) ୪୦ତମ ସମାବର୍ତ୍ତନ ଉତ୍ସବ ପାଳନ କରିବାକୁ ଯାଉଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିମନ୍ତ୍ରଣ କରାଯାଇଛି। ଏ ସମ୍ବନ୍ଧରେ କୁଳାଧିପତି ତଥା ରାଜ୍ୟପାଳ ରଘୁବର ଦାସଙ୍କ କାର୍ଯ୍ୟାଳୟରୁ ଅନୁମୋଦନ ମିଳିସାରିଥିବାରୁ ଓୟୁଏଟି ପକ୍ଷରୁ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟକୁ ନିମନ୍ତ୍ରଣପତ୍ର ମାଧ୍ୟମରେ ଅନୁରୋଧ କରାଯାଇଛି। ନିମନ୍ତ୍ରଣ ଉପରେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯିବା ପରେ ଏ ସଂକ୍ରାନ୍ତରେ ଓୟୁଏଟି ପକ୍ଷରୁ ବିଧିବଦ୍ଧ ତାରିଖ ଘୋଷଣା କରାଯିବା ନେଇ ସୂଚନା ମିଳିଛି। ଅନ୍ୟପକ୍ଷରେ ଆସନ୍ତା ଅଗଷ୍ଟ ୨୪ରେ ଓୟୁଏଟି ତା’ର ପ୍ରତିଷ୍ଠା ଉତ୍ସବ ପାଳନ କରିବାକୁ ଯାଉଛି। ଏଥିଲାଗି ବ୍ୟାପକ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି କର୍ତ୍ତୃପକ୍ଷ।






More Stories
୨୩ ରୁ ହାଇକୋର୍ଟ ବନ୍ଦ…..
ମୁଖ୍ୟମନ୍ତ୍ରୀ ଜାରି କଲେ ୮ସୂତ୍ରୀ ମାର୍ଗଦର୍ଶିକା…..
ବେଆଇନ ନିଯୁକ୍ତି ନେଇ ତାଗିଦ…..