ରିପୋର୍ଟ କାର୍ଡ / ପୁରୀ
ପୁରୀରେ ଚାଲିଥିବା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକର ଆଜି ଦ୍ୱିତୀୟ ଦିନ। ଏହି ବୈଠକରେ ରାଜନୈତିକ ସ୍ଥିତି ଉପରେ ଆଲୋଚନା ହେବା ପରେ ପାରିତ ହେବ ରାଜନୈତିକ ଚିଠା ପ୍ରସ୍ତାବ। ସାମ୍ପ୍ରତିକ ରାଜନୈତିକ ସ୍ଥିତି ଉପରେ ହେବ ଚର୍ଚ୍ଚା ଓ ଆଲୋଚନା। ଏଥିସହ ଆଗାମୀ ଦିନରେ ଦଳ କେଉଁ କେଉଁ ରାଜନୈତିକ କାର୍ଯ୍ୟକ୍ରମ ହାତକୁ ନେବ ତାହା ସ୍ଥିର ହେବ। ମୋହନ ସରକାର ପ୍ରଥମ ମାସର ଉପଲବ୍ଧି ସହ ଦଳର ସଂକଳ୍ପପତ୍ର ଉପରେ କର୍ମୀଙ୍କୁ ଅବଗତ କରିବେ। ପରେ ରାଜ୍ୟ ସଭାପତି ଉଦଯାପନୀ ମନ୍ତ୍ର ଦେବେ। ସରକାରକୁ ଆସିବା ପରେ ଏ ହେଉଛି ବିଜେପିର ପ୍ରଥମ ଦୁଇ ଦିନିଆ କାର୍ଯ୍ୟକାରିଣୀ ବୈଠକ। ଗତକାଲି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଇ କର୍ମୀଙ୍କୁ ମନ୍ତ୍ର ଦେଇଥିଲେ।





More Stories
ସରଣ୍ଡାରେ ଏନ୍କାଉଣ୍ଟର:୫ ଯବାନ ଆହତ…..
ସସ୍ମିତ ପାତ୍ର ରାଜ୍ୟସଭା ଉପାଧ୍ୟକ୍ଷ ମଣ୍ଡଳୀ ସଦସ୍ୟ ମନୋନୀତ…..
ଜାତୀୟ ମହିଳା ସଂରକ୍ଷଣ ବିଲ୍କୁ ବିଜେଡିର ସମର୍ଥନ…..