Report Card Odisha

| Daily Odia News

ପୁରୀ ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଦୁଇ ଦିନିଆ ପୁରୀ ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଫେବ୍ରୁଆରୀ ୧୯ ତାରିଖ ଅପରାହ୍ଣ ୨ଟା ୪୫ରେ ଭୁବନେଶ୍ୱରରେ ପହଞ୍ଚିବେ ରାଷ୍ଟ୍ରପତି । ପୁରୀରେ ଅପରାହ୍ଣ ୩ଟା ୩୫ରେ ପହଞ୍ଚି, ସିଧାସଳଖ ଏକ ହୋଟେଲ୍‌କୁ ଯିବେ। ଅପରାହ୍ଣ ୫ଟାରେ ସେ ପୁରୀ ଶ୍ରୀମନ୍ଦିର ଆସି ଶ୍ରୀଜିଉଙ୍କ ଦର୍ଶନ କରିବେ। ସେ ଶ୍ରୀମନ୍ଦିରରେ ୪୫ ମିନିଟ୍ ରହିବେ। ସେହିଦିନ ରାତିରେ ସେ ପୁରୀରେ ରହିବେ।ତା’ପର ଦିନ ଅର୍ଥାତ୍ ୨୦ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀ ଚୈତନ୍ୟ ଗୌଡ଼ୀୟ ମଠକୁ ଯିବେ। ସେଠାରେ ସେ ପ୍ରାୟ ୧୫ ମିନିଟ୍ ଧରି ରହିବାର କାର୍ଯ୍ୟକ୍ରମ ରହିଛି। ସେଠାରୁ ରାଷ୍ଟ୍ରପତି ସିଧା ଶରଧାବାଲି ସଭାସ୍ଥଳରେ ପହଞ୍ଚିବେ ଓ ଶ୍ରୀଲ ପ୍ରଭୁପାଦ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ମହାରାଜ (ଗୌଡ଼ୀୟ ମଠ ମିଶନର ପ୍ରତିଷ୍ଠାତା)ଙ୍କ ୧୫୦ତମ ଜୟନ୍ତୀ ଅବସରରେ ୩ ବର୍ଷ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଉତ୍ସବକୁ ଉଦ୍‌ଘାଟନ କରିବେ। ଦିନ ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ସେ ଏହି କାର୍ଯ୍ୟକ୍ରମରେ ରହିବେ। ତା’ପରେ ସେ ଭୁବନେଶ୍ୱର ଯାଇ ଦିଲ୍ଲୀ ଫେରିଯିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଆଜି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ସେଣ୍ଟ୍ରାଲ ରେଞ୍ଜ ଆଇଜି ନରସିଂହ ଭୋଳ। ଶ୍ରୀ ଚୈତନ୍ୟ ଗୌଡ଼ୀୟ ମଠ ଓ ଶରଧାବାଲିରେ ଆଇଜି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି। ରାଷ୍ଟ୍ରପତି ଯେଉଁ ଯେଉଁ ସ୍ଥାନକୁ ଯିବେ ସେଠାରେ କେମିତି ସୁରକ୍ଷା ବ୍ୟବସ୍ଥା ରହିବ ସେ ନେଇ ଆଇଜି ଆଜି ସମୀକ୍ଷା କରିଛନ୍ତି।

Breaking News