ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜୁଲାଇ ୨୪ ରେ ସରୁଛି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକଳା | ଏହା ପୂର୍ବରୁ ନୂଆ ରାଷ୍ଟ୍ରପତି ଚୟନ ହେବେ | ତେଣୁ ଆଜି ଭାରତୀୟ ନିର୍ବାଚନ କମିଶନର ରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି | ଜୁଲାଇ ୧୮ ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ | ୧୫ ଜୁନରେ ବିଜ୍ଞାପତି ପ୍ରକାଶ ପାଇବ | ୨୯ ଜୁନରେ ନାମାଙ୍କନ ଭରିବାର ଶେଷ ଦିନ | ୩୦ ଜୁନ ରେ ନାମାଙ୍କନ ଯାଞ୍ଚ ହେବ | ଜୁଲାଇ ୨ ପର୍ଯ୍ୟାନ ପ୍ରତ୍ୟାହାର ହେବ | ଜୁଲାଇ ୧୮ ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ଜୁଲାଇ ୨୧ରେ ଭୋଟ ଗଣତି ହୋଇ ଫଳ ପ୍ରକାଶ ପାଇବ | ୭୭୬ ସାଂସଦ, ୪୧୨୦ ବିଧାୟକ ଭୋଟ ଦେବେ | ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ଘୋଷଣା କରିଛନ୍ତି । ଜୁଲାଇ ୨୪ ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ ହେବ ଓ ଜୁଲାଇ ୨୫ରେ ନୂଆ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ ବୋଲି ଆୟୋଗ ପକ୍ଷରୁ କୁହାଯାଇଛି । ଉଲ୍ଲେଖ ଯୋଗ୍ୟ ୨୦୧୭ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ଜୁଲାଇ ୧୭ରେ ହୋଇଥିଲା ଓ ବିଜେତାଙ୍କ ଘୋଷଣା ୨୦ରେ ହୋଇଥିଲା ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….