Report Card Odisha

| Daily Odia News

ଆସନ୍ତାକାଲି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆସନ୍ତାକାଲି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ। ମତଦାନ ପାଇଁ କ୍ୟାମ୍ପେନର ଡେଡଲାଇନ୍ ପୂର୍ବରୁ ଶକ୍ତି ପ୍ରଦର୍ଶନ ପାଇଁ ଜି ଜାନ୍ ଲଗାଇ ପ୍ରଚାର କରିଛନ୍ତି ଉପରାଷ୍ଟ୍ରପତି ତଥା ଡେମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ ଏବଂ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ୍ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ। ଏଥର ନିର୍ବାଚନରେ ବୃହତ ବ୍ୟବଧାନରେ ନିର୍ବାଚନ ଜିଣିବେ ବୋଲି ଦୁଇ ପ୍ରାର୍ଥୀ ଦୃଢ଼ ଆଶାବାଦୀ ରହିଛନ୍ତି । ଉଭୟଙ୍କ ମଧ୍ୟରେ ହୋଇପାରେ କଡ଼ା ଟକ୍କର। ରାଜନୀତି ବିଶାରଦଙ୍କ କହିବା କଥା ଚଳିତ ନିର୍ବାଚନରେ ପେନସଲଭେନିଆ ଏବଂ ମିସଗନ୍ ଏହି ଦୁଇ ରାଜ୍ୟ କିଏ ରାଷ୍ଟ୍ରପତି ରେସ୍ ଜିତିବ ତାହା ନିର୍ଣ୍ଣୟ କରିବେ। ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ବିଜୟୀ ପାଇଁ ୫୩୮ ଇଲେକ୍ଟୋରାଲ କଲେଜ ଭୋଟରୁ ୨୭୦ ଭୋଟ୍ ସହ ପ୍ରାର୍ଥୀଙ୍କୁ ଅତି କମରେ ତିନିଟି ପ୍ରମୁଖ ରାଜ୍ୟରେ ଜିତିବାକୁ ପଡ଼ିବ।

Breaking News