ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ଦେଶର ୧୫ତମ ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଭୋଟ ହେବ । ଏହି ନିର୍ବାଚନରେ ଦେଶର ପ୍ରାୟ ୪୮୦୦ ନିର୍ବାଚିତ ସାଂସଦ ଓ ବିଧାୟକ ଭୋଟ୍ ଦେବେ। ଏଥିପାଇଁ ସଂସଦ ଭବନ, ପ୍ରତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ବିଧାନସଭାରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରତି ବିଧାନସଭାକୁ ଆବଶ୍ୟକ ବାଲାଟ ପେପର ଓ ଭୋଟ ବାକ୍ସ ପଠାଯାଇଛି। ନିର୍ବାଚନ ଆୟୋଗଙ୍କ ନିର୍ଦେଶ ଅନୁଯାୟୀ ସାଂସଦମାନେ ସବୁଜ ରଙ୍ଗର ବାଲାଟ ପେପର ଓ ବିଧାୟକମାନେ ପିଙ୍କ ରଙ୍ଗର ବାଲାଟ ପେପରରେ ଭୋଟ ଦେବେ। ଚଳିତ ନିର୍ବାଚନରେ ପ୍ରତି ସାଂସଦଙ୍କ ଭୋଟ ମୂଲ୍ୟ ୭୦୦ ରହିଥିବାବେଳେ ବିଧାୟକଙ୍କ ଭୋଟ ମୂଲ୍ୟ ରାଜ୍ୟ ଜନସଂଖ୍ୟା ଆଧାରରେ ଭିନ୍ନ ଭିନ୍ନ ରହିଛି। ଏହି ନିର୍ବାଚନରେ ବିଜେପି ନେତୃତ୍ବ ଏନଡିଏ ମେଣ୍ଟ ପକ୍ଷରୁ ଦ୍ରୌପଦୀ ମୁର୍ମୁ ଓ ବିରୋଧୀ ଦଳଗୁଡିକ ପକ୍ଷରୁ ଯଶୋବନ୍ତ ସିହ୍ନା ପ୍ରାର୍ଥୀ ହୋଇଛନ୍ତି। ଜୁଲାଇ ୨୧ରେ ରାଷ୍ଟ୍ରପତି ନିର୍ବାଚନ ଭୋଟ ଗଣତି ହେବ। ଜୁଲାଇ ୨୫ରେ ନୂଆ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ।






More Stories
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..
ଶପଥ ସମାରୋହରେ ଗାମୁଛା ଉଡ଼ାଇଲେ ମୋଦି…..