ରିପୋର୍ଟ କାର୍ଡ / ଭୁବନେଶ୍ୱର
ଫେବୃଆରୀ ପ୍ରଥମ ସପ୍ତାହରେ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପୁରୀ ପୋଲିସ ପକ୍ଷରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଛି। ବ୍ଲୁ ବୁକ୍ ସୁରକ୍ଷା ବ୍ୟବସ୍ଥା ସହ ୩୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ। ବିଭିନ୍ନ ଜାଗାରେ ୬ ଜଣ କମାଣ୍ଡାଣ୍ଟ ରାଙ୍କ ଅଫିସର୍ ନିୟୋଜିତ ହେବେ।ଫେବୃଆରୀ ୩ ତାରିଖରେ ପୁରୀ ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତେବେ ରାଷ୍ଟ୍ରପତିଙ୍କ ଗସ୍ତକୁ ଶୃଙ୍ଖଳିତ କରିବାକୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ଏସ୍ପି ସୂଚନା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଫେବୃଆରୀ ୩ ତାରିଖରେ ଯାଜପୁର ଗସ୍ତରେ ଆସୁଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ସମସ୍ତ ପ୍ରକାର ପୂର୍ବ ପ୍ରସ୍ତୁତି କରାଯାଉଛି। ଏହାସହ ରାଷ୍ଟ୍ରପତିଙ୍କ ସୁରକ୍ଷା ପ୍ରୋଟୋକଲ ‘ବ୍ଲୁ ବୁକ୍’ ଅନୁଯାୟୀ ଜିଲାପାଳ ଅମ୍ବର କୁମାର କର ଭାରତୀୟ ନାଗରିକ ସୁରକ୍ଷା ସଂହିତା ସେକ୍ସନ ୧୬୩ ଅଧୀନରେ ପ୍ରଦତ୍ତ କ୍ଷମତା ଆଧାରରେ ଯାଜପୁରର କିଛି ଅଞ୍ଚଳକୁ ‘ନୋ ଫ୍ଲାଇଙ୍ଗ ଜୋନ’ ବା ‘ଡ୍ରୋନ ମୁକ୍ତ ଅଞ୍ଚଳ’ ଘୋଷଣା କରିଛନ୍ତି।ଭିଭିଆଇପିଙ୍କ ପାଇଁ ସୁରକ୍ଷିତ ଏୟାର ସ୍ପେସ ତିଆରି କରିବା ଉଦ୍ଦେଶ୍ୟ ନେଇ ୧ ଫେବୃଆରୀ ରବିବାର ସକାଳ ଠାରୁ ୩ ଫେବୃଆରୀ ମଙ୍ଗଳବାର ମଧ୍ୟାହ୍ନ ଯାଏ କୌଣସି ବ୍ୟକ୍ତିବିଶେଷ, ଗଣମାଧ୍ୟମ ସଂସ୍ଥା କିମ୍ବା ପ୍ରାଇଭେଟ୍ ସଂସ୍ଥା ଦ୍ୱାରା ଡ୍ରୋନ, ପାରାଗ୍ଲାଇଡର, ମାଇକ୍ରୋ ଲାଇଟ ଏୟାରକ୍ରାଫ୍ଟ, ହଟ ଏୟାର ବେଲୁନ ବ୍ୟବହାର ଉପରେ ନିଷେଧାଦେଶ ଜାରି କରାଯାଇଛି।






More Stories
ପାନ ମସଲାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୟାନ…..
କ୍ୟାବିନେଟ ବୈଠକରେ ୧୨ ପ୍ରସ୍ତାବକୁ ମଞ୍ଜୁରୀ…..
ବନ୍ଦ ରହିବ ଶିମିଳିପାଳ……