ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ବିଶ୍ୱର ନମ୍ବର ଓ୍ବାନ ନେତା । ମୋଦିଙ୍କୁ ଶ୍ୱର ସବୁଠାରୁ ଲୋକପ୍ରିୟ ନେତା ଭାବେ ମନୋନୀତ କରାଯାଇଛି । ସେ ୭୦% ଆପ୍ରୁଭାଲ ରେଟିଂ ସହ ବିଶ୍ୱ ନେତାଙ୍କୁ ପଛରେ ପକାଇଛନ୍ତି। ମୋଦିଙ୍କ ଆପ୍ରୁଭାଲ ରେଟିଂ ବିଶ୍ବର ଅନ୍ୟ ପ୍ରମୁଖ ନେତାମାନଙ୍କ ଠାରୁ ଅଧିକ ରହିଛି । ଗ୍ଲୋବାଲ୍ ଲିଡର ଆପ୍ରୁଭାଲ ରେଟିଂରେ ମୋଦିଂ ରେଟିଂ ଶୀର୍ଷରେ ରହିଛି। ତାଙ୍କ ପଛକୁ ରହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ବୋରିସ ଜନସନ, ଆଞ୍ଜେଲା ମାର୍କେଲ୍, ଜଷ୍ଟିନ ଟ୍ରୁଡେୟୁ ଏବଂ ଅନ୍ୟମାନେ । ଆମେରିକୀୟ ଡାଟା ଇଣ୍ଟେଲିଜେନ୍ସ ସଂସ୍ଥା ‘ଦ ମର୍ଣ୍ଣିଂ କନସଲ୍ଟ’ ଦ୍ବାରା କରାଯାଇଥିବା ସର୍ଭେ ଅନୁସାରେ ମୋଦିଙ୍କ ଆପ୍ରୁଭାଲ ରେଟିଂ ୭୦ ପ୍ରତିଶତ ରହିଛି । ୬୪ ପ୍ରତିଶତ ଆପ୍ରୁଭାଲ ରେଟିଂ ସହ ମେକ୍ସିକୋର ରାଷ୍ଟ୍ରପତି ଲୋପେଜ୍ ଓବ୍ରାଡର ୨ୟ ସ୍ଥାନରେ ଅଛନ୍ତି । ୩ୟ ସ୍ଥାନରେ ଅଛନ୍ତି ଇଟାଲିର ରାଷ୍ଟ୍ରପତି ମେରିଓ ଡ୍ରାଘି । ୪୮ ପ୍ରତିଶତ ଆପ୍ରୁଭାଲ ରେଟିଂ ସହ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୫ମ ସ୍ଥାନରେ ରହିଛନ୍ତି । ବିଗତ କିଛି ସପ୍ତାହ ହେଲା ବାଇଡେନଙ୍କ ଆପ୍ରୁଭାଲ ରେଟିଂ ହ୍ରାସ ପାଇବାରେ ଲାଗିଛି । ବାଇଡେନଙ୍କ ଡିସାପ୍ରୁଭାଲ ରେଟିଂ ମଧ୍ୟ ୪୪ ପ୍ରତିଶତ ରହିଛି ।
More Stories
ଓଟିଇଟି ରେଜଲ୍ଟ ପ୍ରକାଶ….
ସୁରକ୍ଷାକର୍ମୀଙ୍କ ଗୁଳିରେ ୧୦ ମାଓବାଦୀ ନିହତ…..
ରାଜ୍ୟରେ ହେବ ମତ୍ସ୍ୟ ଓ ପଶୁ ସମ୍ପଦ ବିଶ୍ୱବିଦ୍ୟାଳୟ…..