Report Card Odisha

| Daily Odia News

ବର୍ଲିନରେ ପ୍ରଧାନମନ୍ତ୍ରୀ ମୋଦୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ଠାରୁ ତିନି ଦିନିଆ ୟୁରୋପ ଗସ୍ତ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ | ଜର୍ମାନୀର ରାଜଧାନୀ ବର୍ଲିନରେ ପ୍ରଧାନମନ୍ତ୍ରୀ ପହଞ୍ଚି ଭାରତ-ଜର୍ମାନୀ ଇଣ୍ଟର ଗଭର୍ନମେଣ୍ଟଲ କନସଲଟେଶନ(ଆଇଜିସି) ବୈଠକରେ ଯୋଗ ଦେବେ। ପରେ ପ୍ରଧାନମନ୍ତ୍ରୀ ଜର୍ମାନ ଚାନ୍ସେଲର ଓଲାଫ ସ୍କୋଲଜଙ୍କ ସହ ସାକ୍ଷାତ କରିବେ। ସନ୍ଧ୍ୟାରେ ସେ ଜର୍ମାନୀର ପ୍ରବାସୀ ଭାରତୀୟମାନଙ୍କୁ ସମ୍ବୋଧିତ କରିବେ । ବର୍ଲିନରୁ ମୋଦୀ ମେ ୩ ରେ ଡେନମାର୍କର ରାଜଧାନୀରେ ପହଞ୍ଚିବେ। ବର୍ଲିନରେ ହୋଟେଲ ଆଡଲନ୍ କେମ୍ପିନସ୍କିରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭାରତୀୟ ସମ୍ପ୍ରଦାୟ ତରଫରୁ ସ୍ୱାଗତ କରାଯାଇଥିଲା। ଏହି ସମୟରେ ପ୍ରଧାନମନ୍ତ୍ରୀ ମଧ୍ୟ ଲୋକମାନଙ୍କର ଶୁଭେଚ୍ଛା ଗ୍ରହଣ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ଶିଶୁଙ୍କୁ ଭେଟିଥିଲେ, ସେ ଏକ ଗୀତ ଗାଇ ଶୁଣାଇଥିଲେ। ଚ୍ୟାଲେଞ୍ଜ ମଧ୍ୟରେ ଏହି ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ଗସ୍ତରେ ଭାରତର ଶାନ୍ତି ଓ ସମୃଦ୍ଧିର ଲକ୍ଷ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥିବା ସମସ୍ତ ସହଯୋଗୀଙ୍କ ସହ ସାକ୍ଷାତ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Breaking News