ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ହେଉଛି ସମ୍ବିଧାନ ଦିବସ | ଏହି ଅବସରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦ ଗୃହରେ ସମ୍ୱୋଧନ କରିବେ । ସେଣ୍ଟ୍ରାଲ ହଲରେ ଆୟୋଜିତ ହେବାକୁ ଥିବା ଏହି ବିଶେଷ ବୈଠକରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଅଧ୍ୟକ୍ଷତା କରିବେ । ଏହା ପରେ ପ୍ରଧାନମନ୍ତ୍ରୀ ମୋଦି ସମ୍ବିଧାନ ଦିବସ ବିଷୟରେ ଆଲୋଚନା କରିବେ ।ସୂଚନାନୁସାରେ, ବିଜ୍ଞାନ ଭବନରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ସମ୍ବିଧାନ ଦିବସ ପାଳନ କରାଯାଉଛି । ପ୍ରଧାନମନ୍ତ୍ରୀ ମୋଦି ଏହି କାର୍ଯ୍ୟକ୍ରମର ଉଦଘାଟନ କରିବେ । ଏହି ଅବସରରେ ସୁପ୍ରିମକୋର୍ଟର ସମସ୍ତ ବିଚାରପତି, ସମସ୍ତ ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ଅନ୍ୟ ଲୋକମାନେ ଉପସ୍ଥିତ ରହିବେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ସମ୍ବିଧାନ ଦିବସ ଅବସରରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ସଂସଦରେ ବିତର୍କର ଏକ ଡିଜିଟାଲ୍ ସଂସ୍କରଣ ପ୍ରକାଶ କରିବେ । ଏହା ବ୍ୟତୀତ ସମ୍ବିଧାନର ଏକ ନକଲ ଅନଲାଇନ୍ ସଂସ୍କରଣରେ ମଧ୍ୟ ପ୍ରକାଶ ପାଇବ । ସଂସଦରେ ଆୟୋଜିତ କାର୍ଯ୍ୟକ୍ରମକୁ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ଏବଂ ଲୋକସଭା ବାଚସ୍ପତି ଓମ ବିର୍ଲା ମଧ୍ୟ ସମ୍ବୋଧିତ କରିବେ ବୋଲି ପିଏମଓ କାର୍ଯ୍ୟାଳୟ କହିଛି ।






More Stories
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..
ଶପଥ ସମାରୋହରେ ଗାମୁଛା ଉଡ଼ାଇଲେ ମୋଦି…..