Report Card Odisha

| Daily Odia News

ଲୌହ ମାନବ ଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶ ପାଳୁଛି ଲୌହ ମାନବ ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ । ଏହି ଅବସରରେ ସର୍ଦ୍ଦାର ପଟେଲଙ୍କୁ ମନେ ପକାଇବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ଅବସରରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଉଛି । ଗୁଜୁରାଟର କେୱାଡିଆରେ ଆୟୋଜିତ ଏକତା ଦିବସ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମିଲ ହୋଇ ସର୍ଦ୍ଦାର ପଟେଲ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜଣାଇଲେ । ଦେଶରେ ଏକତା ବଜାୟ ରଖିବାକୁ ଶପଥ ପାଠ କରାଇଛନ୍ତି ମୋଦୀ । ଦେଶକୁ ଏକତା ସୂତ୍ରରେ ବାନ୍ଧିବାରେ ସର୍ଦ୍ଦାର ପଟେଲଙ୍କ ଅମୂଲ୍ୟ ଯୋଗଦାନକୁ ରାଷ୍ଟ୍ରୀୟ ଏକତା ଦିବସ ସମ୍ମାନ ଜଣାଇଛନ୍ତି ମୋଦୀ । ଏହି ଏକତା ଦିବସରେ ପ୍ରଥମେ ଏକତା ପରେଡ, ସ୍କୁଲ ବ୍ୟାଣ୍ଡର ପ୍ରସ୍ତୁତି, ବ୍ରାସ୍‌ ବ୍ୟାଣ୍ଡ ପ୍ରଦର୍ଶନ, ଭାରତୀୟ ବାୟୁସେନା ଦ୍ୱାରା ଏୟାର ଶୋ, ଘୋଡା, ଶ୍ୱାନ ଏବଂ ଓଟ ସୈନ୍ୟଦଳ, ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୀବନୀ ଉପରେ ଆଧାରିତ ଏକ ନାଟ୍ୟ ପ୍ରସ୍ତୁତି କରାଯାଇଛି । ପରେ ମହିଳା କଳାକାରଙ୍କ ଦ୍ୱାରା ପ୍ରଦର୍ଶନ, ବିଏସଏଫ ଡଗ୍‌ ଶୋ, ଏକତା ପ୍ରକାଶ ଉତ୍ସବର ଆୟୋଜନ । ଡେୟାରଡେଭିଲ ରାଇଡର୍ସର ପ୍ରଦର୍ଶନ, ଭାରତ ପର୍ବ ଅନ୍ତର୍ଗତ ୧ରୁ ୧୫ନଭେମ୍ବର ପର୍ଯ୍ୟନ୍ତ ରାଜ୍ୟସ୍ତରରେ ପ୍ରଦର୍ଶନ କରାଯିବ ।

Breaking News