ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରବାସୀ ଭାତୀୟ ବ୍ୟବସାୟୀ ସି. ସି. ଥାମ୍ପିଙ୍କ ସହିତ ଜଡ଼ିତ ‘ମନି ଲଣ୍ଡରିଙ୍ଗ୍’ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ନାମ ଚାର୍ଜସିଟ୍ରେ ଉଲ୍ଲେଖ କରିଛି | ଏହି ମାମଲାରେ ପୂର୍ବରୁ ଚାର୍ଜସିଟ୍ରେ ପ୍ରିୟଙ୍କା ଙ୍କ ସ୍ବାମୀ ରବର୍ଟ ଭଦ୍ରାଙ୍କ ନାମ ରହିଥିଲା ବୋଲି ଗଣମାଧ୍ୟମରେ ରିପୋର୍ଟ ରୁ ଜଣାପଡିଛି | ଜାରି କରିଥିବା ବିବୃତିରେ ପ୍ରବର୍ତ୍ତନ ନିର୍ଦେଶାଳୟ କହିଛି, ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଜ୍ବାଇଁ ରବର୍ଟ ଭଦ୍ରା ଓ ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଦିଲ୍ଲୀସ୍ଥିତ ରିୟଲ୍ ଇଷ୍ଟେଟ୍ ଏଜେଣ୍ଟ୍ଙ୍କ ଜରିଆରେ ହରିୟାଣାରେ ଜମି କିଣିଛନ୍ତି। ଉକ୍ତ ଏଜେଣ୍ଟ୍ ପ୍ରବାସୀ ଭାରତୀୟ ବ୍ୟବସାୟୀ ସି. ସି. ଥାମ୍ପିଙ୍କୁ ମଧ୍ୟ ଜମି ବିକ୍ରୟ କରିଛନ୍ତି। ପ୍ରବର୍ତ୍ତନ ନିର୍ଦେଶାଳୟ ଅଭିଯୋଗ କରିଛି, ଭଦ୍ରା ଓ ଥାମ୍ପିଙ୍କର ସମ୍ପର୍କ ଏତେ ପୁରୁଣା ଓ ନିବିଡ଼ ଯେ, ତାହା ସାଧାରଣରୁ ବ୍ୟବସାୟ ପର୍ଯ୍ୟନ୍ତ ବିସ୍ତୃତ ହୋଇଛି। ଏହି ମାମଲାର ମୁଖ୍ୟ ଅଂଶଟି ପଳାତକ ଅସ୍ତ୍ରଶସ୍ତ୍ର ଡିଲର୍ ସଞ୍ଜୟ ଭଣ୍ଡାରିଙ୍କ ସହିତ ଜଡ଼ିତ। ‘ମନି ଲଣ୍ଡରିଙ୍ଗ୍’, ବିଦେଶୀ ଅର୍ଥ ବିନିମୟ ଆଇନ ଓ ‘ଅଫିସିଆଲ୍ ସିକ୍ରେଟ୍ ଆକ୍ଟ୍’ ଅନୁଯାୟୀ ତାଙ୍କ ଉପରେ ତଦନ୍ତ ଚାଲିଛି। ୨୦୧୬ରେ ସେ ଭାରତରୁ ଖସି ଇଂଲଣ୍ଡ୍କୁ ଚାଲି ଯାଇଥିଲେ। ତାଙ୍କୁ ଭାରତରୁ ଇଂଲଣ୍ଡ୍କୁ ଯିବାରେ ସହଯୋଗ କରିଥିଲେ ଥାମ୍ପି ଓ ବ୍ରିଟିସ୍ ନାଗରିକ ସୁମିତ ଚଢ଼ା । ୨୦୨୦ ଜାନୁଆରିରେ ଗିରଫ ହୋଇଥିବା ଥାମ୍ପି ସମ୍ପ୍ରତି ଜାମିନରେ ମୁକୁଳିଛନ୍ତି।






More Stories
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..
ଶପଥ ସମାରୋହରେ ଗାମୁଛା ଉଡ଼ାଇଲେ ମୋଦି…..