ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଳ୍କ କମାଇବା ପରେ ରାଜନୀତି ଜୋର ଧରିଛି। କଂଗ୍ରେସର ନେତ୍ରୀ ପ୍ରିୟଙ୍କା ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ”ଏହି ନିଷ୍ପତ୍ତି ସରକାରଙ୍କ ହୃଦୟରୁ ନୁହଁ ବରଂ ଡରରେ ନିଆଯାଇଛି”। ଆଗାମୀ ଦିନରେ ହେବାକୁ ଥିବା ନିର୍ବାଚନରେ ଜନତା ଏହାର ଦୃଢ ଜବା ଦେବେ । ପ୍ରିୟଙ୍କା ଗାନ୍ଧୀ ଆହୁରୀ ମଧ୍ୟ କହିଛନ୍ତି ଯେ, ଏବେ ପାର୍ବଣର ମାହୋଲ ଚାଲିଛି। ଦରଦାମ ବୃଦ୍ଧି ସାଧାରଣ ଲୋକଙ୍କୁ ଚିନ୍ତାରେ ପକାଉଛି। ବିଜେପି ସରକାର ସାଧାରଣ ଲୋକଙ୍କୁ ଲୁଟ୍ କରିଚାଲିଛି । ଦରଦାମ କମ କରିବା ପରିବର୍ତ୍ତେ ଗ୍ୟାସ ସିଲିଣ୍ଡର, ପେଟ୍ରୋଲ-ଡିଜେଲ, ତେଲ, ପନିପରିବା ମୂଲ୍ୟ ଆକାଶଛୁଆଁ କରିଦେଇଛି । ତେବେ ଆଗକୁ ହେବାକୁ ଥିବା ନିର୍ବାଚନରେ ଜନତା ଏହାର ଦୃଢ ଜବାବ ଦେବେ । ସାଧାରଣ ଜନତା ଏହି ସରକାରଙ୍କୁ କେବେବି କ୍ଷମା କରିବେ ନାହିଁ । ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଏକ୍ସାଇଜ୍ ଦର କମାଇବା ପରେ ଅନେକ ରାଜ୍ୟ ଟିକସ କମାଇ ଦେଇଛନ୍ତି। ଯାହାଫଳରେ ଏବେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ କମିଛି। ଏହି ରାଜ୍ୟଗୁଡିକ ହେଉଛି ଗୋଆ, ଓଡ଼ିଶା, ବିହାର, ସିକ୍କିମ୍, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ଆସାମ, ତ୍ରିପୁରା ,ହରିୟାଣା ଓ ମଣିପୁର






More Stories
ଆଜି ପୂର୍ବାଞ୍ଚଳ କୃଷି ସମ୍ମିଳନୀ……
ରୁପା ଆମଦାନୀ ଉପରେ କଟକଣା……
ବଢ଼ିଲା ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା…..