ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ: ଧୈର୍ଯ୍ୟଧରି କାର୍ଯ୍ୟ କଲେ ଅସାଧ୍ୟ ସାଧନ କରିପାରିବେ। ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ। ଶୁଭଖବର ମିଳିବ। ଶୁଭକାର୍ଯ୍ୟ ସମ୍ପାଦନ କରିପାରନ୍ତି। ଋଣ ପରିଶୋଧ କରିବେ।
ବୃଷ: ଉତ୍ତମ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ଲଟେରି କିମ୍ବା ସେୟାର ମାର୍କେଟରୁ ଧନପ୍ରାପ୍ତ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସସମ୍ବାଦ ପାଇ ଖୁସି ହେବେ। ବିଦ୍ୟାର୍ଥୀ ପଢ଼ାପଢ଼ି ପ୍ରତି ଧ୍ୟାନ ଦେବେ।
ମିଥୁନ: ପରିଶ୍ରମ ଯେତେ କଠିନ ହେଉ ନା କାହିଁକି ତା’ର ମୂଲ୍ୟ ମିଳିବ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠାସନ ପାଇପାରନ୍ତି। ଯାନବାହନ ସୁଖ ମିଳିବ। ବସ୍ତ୍ର ଓ ପୁଷ୍ପ ବ୍ୟବସାୟ ଲାଭଜନକ ହେବ। ଗୃହ ସୁଖ ମିଳିବ।
କର୍କଟ: ଶ୍ରମ ସାର୍ଥକ ହେବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଦେବଦର୍ଶନର ସୌଭାଗ୍ୟ ଅଛି। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭ ମିଳିବାର ସୂଚନା ମିଳୁଛି।
ସିଂହ: ଲୋଭଗ୍ରସ୍ତ ହୋଇପାରନ୍ତି। ବନଜାତ ଦ୍ରବ୍ୟରୁ ଧନ ପ୍ରାପ୍ତ ହେବେ। ପରୋପକାରୀ ହେବେ। ନିଜ ପରାକ୍ରମରେ ଉପାର୍ଜନକ୍ଷମ ହେବେ। ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି। ନୀତିନିଷ୍ଠ ଓ ମତିମାନ୍ ହେବେ।
କନ୍ୟା: ନିର୍ଭରଶୀଳ ନ ହୋଇ ନିଜ ବୁଦ୍ଧିବଳରେ କାର୍ଯ୍ୟ କରିବେ। ରୋଜଗାର ଆଶାନୁରୂପ ହେବ। ସରକାରୀ ବା ବନ୍ଧୁସୂତ୍ରରୁ ଲାଭ ମିଳିବ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ।
ତୁଳା: ଚତୁରତାର ସହ କାର୍ଯ୍ୟ କରିବେ। ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ହୋଇପାରନ୍ତି। ଏକାନ୍ତରେ ସମୟ ବିତାଇବାକୁ ଇଚ୍ଛା କରିବେ। ଚଞ୍ଚଳଚେଷ୍ଟିତ ହେବେ। ମଧୁର ବଚନ କହିବେ। ବ୍ୟୟ ଅଧିକ ହେବ।
ବିଛା: ସୁସମ୍ବାଦ ଶୁଣି ଖୁସି ହୋଇପାରନ୍ତି। ଅଧିକ ଜ୍ଞାନ ଓ ଅଭିଜ୍ଞତା ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ। ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଏପରି କି ସରକାରୀ ସ୍ତରରୁ ଅର୍ଥ ମିଳିବ।
ଧନୁ: କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ଶୁଭ ସମାଚାର ମିଳିପାରେ। କର୍ମକ୍ଷେତ୍ରକୁ ଉଳମୟ କରିପାରନ୍ତି। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିବେ।
ମକର: ଉଦାର ସ୍ବଭାବର ହୋଇପାରନ୍ତି। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଅଧିକ କ୍ଷମତା ମିଳିବ ଓ ତା’ର ସଦ୍ ବ୍ୟବହାର କରି ପ୍ରଶଂସାର ପାତ୍ର ହେବେ। ପ୍ରତିଯୋଗିତାରେ ବିଜୟୀ ହେବାର ସମ୍ଭାବନା ଅଛି।
କୁମ୍ଭ: ମନ ଚଞ୍ଚଳ ରହିବ। ସ୍ବାଭିମାନୀ ହେବେ। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ନିଜ ନିଷ୍ପତ୍ତିରେ ଅଟଳ ରହିବେ। ଆର୍ଥିକ ସମସ୍ୟା ଦେଖା ଦେଇପାରେ। ଅଧସ୍ତନମାନଙ୍କଠାରୁ ଆଶ୍ବାସନା ମିଳିବ। ସତର୍କରେ ଚଳିବାକୁ ପଡ଼ିବ।
ମୀନ: ବନ୍ଧୁ-ପରିଜନଙ୍କର ପ୍ରୀତିଲାଭ କରିପାରନ୍ତି। ଦିନ ଭିତରେ ଯାହା ଘଟଣା ଘଟିବ, ସବୁ ସୁଖବୋଧ ହେବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ।






More Stories
ସତର୍କ ରୁହନ୍ତୁ……
ସଫଳ ହେବେ…..
ବନ୍ଧୁଙ୍କ ସହ ସମୟ କଟିବ…..