Report Card Odisha

| Daily Odia News

ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧୀ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଖୁବ୍‍ଶୀଘ୍ର ଓଡ଼ିଶା ପ୍ରଦେଶ କଂଗ୍ରେସ ସଙ୍ଗଠନକୁ ମଜ୍‍ଭୁତ ଓ କ୍ରିୟାଶୀଳ କରାଯିବ। ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ସଜବାଜ ହେଉଛି | ରାଜସ୍ଥାନର ଉଦୟପୁରଠାରେ ଚାଲିଥିବା କଂଗ୍ରେସ ଚିନ୍ତନ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶାରେ କଂଗ୍ରେସ କିପରି ଶକ୍ତିଶାଳୀ ହୋଇ ପାରିବ ସେ ସଂକ୍ରାନ୍ତରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହିତ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଭଦ୍ର ଗାନ୍ଧୀ ଆଲୋଚନା କରିଛନ୍ତି। ଓଡ଼ିଶାରେ କଂଗ୍ରେସର ଦୟନୀୟ ସ୍ଥିତି ନେଇ ରାହୁଲ ଗାନ୍ଧୀ ଚିନ୍ତା ପ୍ରକଟ କରିଛନ୍ତି। ଓଡ଼ିଶାରେ କଂଗ୍ରେସକୁ ଅଧିକ ମଜଭୁତ କରିବାକୁ ଖୁବ୍ ଶୀଘ୍ର ପ୍ରିୟଙ୍କା ଭଦ୍ର ଗାନ୍ଧୀ ଏଠାକୁ ଆସିବେ ବୋଲି ଦଳ ପକ୍ଷରୁ କୁହାଯାଇଛି।ସଙ୍ଗଠନ ମଜଭୁତ ନେଇ ରୋଡମ୍ୟାପ ପ୍ରସ୍ତୁତ ହୋଇଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ କାର୍ଯ୍ୟକାରିଣୀ ସଦସ୍ୟ ଜନାର୍ଦ୍ଦନ ଦ୍ୱିବେଦୀ, ସଚିନ ପାଇଲଟ, କେ.ସି. ଭେନୁଗୋପାଳ ଓ ଅନ୍ୟ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ମଧ୍ୟ ଶ୍ରୀ ପଟ୍ଟନାୟକଙ୍କ ସହିତ ଏନେଇ ଆଲୋଚନା କରିଛନ୍ତି। ଶ୍ରୀ ପଟ୍ଟନାୟକ ସ୍ୱତନ୍ତ୍ର ଭାବେ ପ୍ରିୟଙ୍କାଙ୍କ ସହିତ ସାକ୍ଷାତ କରି ଓଡ଼ିଶା ପ୍ରଦେଶ କଂଗ୍ରେସର ସଙ୍ଗଠନକୁ ମଜଭୁତ କରିବା ପାଇଁ ଆଲୋଚନା କରିଥିଲେ। ପ୍ରିୟଙ୍କାଙ୍କୁ ଓଡ଼ିଶା ନିମନ୍ତ୍ରଣ କରାଯାଇଥିବା ନେଇ ଶ୍ରୀ ପଟ୍ଟନାୟକ କହିଛନ୍ତି। ଦଳକୁ ଅଧିକ ଶକ୍ତିଶାଳୀ କରିବା ତାଙ୍କ ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ହେବ ବୋଲି ସେ କହିଛନ୍ତି।

Breaking News