Report Card Odisha

| Daily Odia News

ଅମିତ ରୋହିଦାସ ଭାରତୀୟ ହକି ଟିମ୍‌ର କ୍ୟାପ୍ଟେନ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତୀୟ ପୁରୁଷ ହକି ଦଳ ଆସନ୍ତା ଜୁନରେ ବେଲଜିୟମ ଓ ନେଦରଲାଣ୍ଡ୍‌ସ ବିପକ୍ଷରେ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ହକି ମ୍ୟାଚ ଖେଳିବ। ଏଥିପାଇଁ ହକି ଇଣ୍ଡିଆ ପକ୍ଷରୁ ଗୁରୁବାର ୨୦ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଓଡ଼ିଆ ଡିଫେଣ୍ଡର ଅମିତ ରୋହିଦାସ ଅଧିନାୟକ ପଦ ବଜାୟ ରଖିଥିବାବେଳେ ହରମାନପ୍ରୀତ ସିଂହ ଉପ ଅଧିନାୟକ ନିଯୁକ୍ତ ହୋଇଛନ୍ତି। ସେହିପରି ଦଳରେ ଗୋଲରକ୍ଷକ ଭାବେ ସୂରଜ କେରକେରା, ପି.ଆର ଶ୍ରୀଜେଶ ରହିଥିବାବେଳେ ଡିଫେଣ୍ଡର ସୁରେନ୍ଦ୍ର କୁମାର,ହରମାନପ୍ରୀତ ସିଂହ, ବରୁଣ କୁମାର, ଯୁଗରାଜ ସିଂହ ଓ ଜର୍ମାନପ୍ରୀତ ସିଂହ ପ୍ରମୁଖ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ମଧ୍ୟଭାଗରେ ମନପ୍ରୀତ ସିଂହ, ହାର୍ଦିକ ସିଂହ, ସମସେର ସିଂହ, ବିବେକ ସାଗର ପ୍ରସାଦ, ଆକାଶଦୀପ୍‌ ସିଂହ, ନୀଳକାନ୍ତ ଶର୍ମା ରହିଥିବାବେଳେ ଫରୱାର୍ଡରେ ଗୁରୁଜାଣ୍ଟ ସିଂହ, ମନଦୀପ୍ ସିଂହ, ଶୀଳାନନ୍ଦ ଲାକ୍ରା,ସୁଖଜିତ ସିଂହ, ଲଳିତ କୁମାର ଉପାଧ୍ୟାୟ ଓ ଅଭିଷେକ ରହିଛନ୍ତି। ଦଳରେ ଦୁଇଜଣ ଓଡ଼ିଆ ଅମିତଙ୍କ ସମେତ ଶୀଳାନନ୍ଦ ଲାକ୍ରା ରହିଛନ୍ତି। ବେଲଜିୟମ ଓ ନେଦରଲାଣ୍ଡସ ବିଶ୍ବ ହକିର ଶକ୍ତିଶାଳୀ ଦଳ। ଉକ୍ତ ଦଳ ବିପକ୍ଷରେ ଘରୋଇ ପଡିଆରେ ଖେଳିବା ଆମ ପାଇଁ ବଡ ଆହ୍ବାନ ବୋଲି ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ ରିଡ୍‌ କହିଛନ୍ତି। ବାଙ୍ଗାଲୋରରେ ଚାଲିଥିବା ଶିବିରରେ ଖେଳାଳିମାନଙ୍କ ଦକ୍ଷତା ବୃଦ୍ଧି ଓ ତ୍ରୁଟି ସୁଧାରିବା ନେଇ ଗୁରୁତ୍ବ ଦିଆଯାଉଛି। ୟୁରୋପୀୟ ଦଳ ସହିତ ୟୁରୋପରେ ମ୍ୟାଚ ଖେଳିବା ନେଇ ନିଜକୁ ପ୍ରସ୍ତୁତ କରାଯାଉଛି। ଦଳରେ ଯୁବ ଓ ଅଭିଜ୍ଞ ଖେଳାଳିଙ୍କୁ ସୁଯୋଗ ମିଳିିଛି ବୋଲି ରିଡ୍‌ କହିଛନ୍ତି। ବର୍ତ୍ତମାନ ଟେବୁଲର ଶୀର୍ଷ ସ୍ଥାନରେ ଥିବା ଭାରତ ଜୁନ୍ ୧୧ ଓ ୧୨ରେ ଆଣ୍ଟୱାର୍ପରେ ବେଲଜିୟମ ବିପକ୍ଷରେ ଏବଂ ଜୁନ୍ ୧୮ ଓ ୧୯ରେ ରୋଟରଡାମରେ ନେଦରଲାଣ୍ଡ୍‌ସ ବିପକ୍ଷରେ ମ୍ୟାଚ ଖେଳିବ। ଭାରତୀୟ ଦଳରେ ସୂରଜ କେରକେରା, ପି.ଆର ଶ୍ରୀଜେଶ (ଗୋଲ ରକ୍ଷକ), ସୁରେନ୍ଦ୍ର କୁମାର, ହରମନପ୍ରୀତ ସିଂହ (ଉପଅଧିନାୟକ), ବରୁଣ କୁମାର, ଅମିତ ରୋହିଦାସ (ଅଧିନାୟକ), ଯୁଗରାଜ ସିଂହ, ଜର୍ମାନପ୍ରୀତ ସିଂହ (ସମସ୍ତେ ଡିଫେଣ୍ଡର), ମନପ୍ରୀତ ସିଂହ, ହାର୍ଦିକ ସିଂହ, ସମସେର ସିଂହ, ବିବେକ ସାଗର ପ୍ରସାଦ, ଆକାଶଦୀପ୍‌ ସିଂହ, ନୀଳକାନ୍ତ ଶର୍ମା (ସମସ୍ତେ ମଧ୍ୟଭାଗ), ଗୁରୁଜାଣ୍ଟ ସିଂହ, ମନଦୀପ୍‌ ସିଂହ, ଶୀଳାନନ୍ଦ ଲାକ୍ରା, ସୁଖଜିତ ସିଂହ, ଲଳିତ କୁମାର ଉପାଧ୍ୟାୟ, ଅଭିଷେକ (ସମସ୍ତେ ଅଗ୍ରଭାଗ)।

 

Breaking News