ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମାଫିଆ ଅତିକ ଅହମ୍ମଦ ଏବଂ ତାଙ୍କ ଭାଇ ଅସରଫଙ୍କର ଆଇଏସଆଇ କନେକ୍ସନ ନେଇ ଏକ ବଡ଼ ଖୁଲାସା ହୋଇଛି। ଉଭୟ ଆଇଏସଆଇକୁ ସାହାଯ୍ୟ କରୁଥିଲେ | ମିଳିଥିବା ପ୍ରମାଣରୁ ଜଣାପଡିଛି ଯେ ଅସରଫ ଆତଙ୍କବାଦୀ ଜିଶାନ କମରର ପାସପୋର୍ଟ ତିଆରି କରିବାରେ ସାହାଯ୍ୟ କରିଥିଲା । ଅସରଫ ପାସପୋର୍ଟ ଅଧିକାରୀଙ୍କୁ ଚିଠି ଲେଖି ଜିଶାନ କମରଙ୍କୁ ଜାଣିଛନ୍ତି ଏବଂ ପାସପୋର୍ଟ ଦେବାରେ ଅସୁବିଧା ନାହିଁ ବୋଲି କହିଥିଲେ | ଅସରଫ ପାସପୋର୍ଟ ଅଧିକାରୀଙ୍କ ନିକଟକୁ ପଠାଇଥିବା ଚିଠିରେ ଲେଖିଥିଲା ଯେ ସେ ଜିଶାନ କମରଙ୍କୁ ଭଲଭାବେ ଜାଣିଛନ୍ତି | ତେଣୁ ତାଙ୍କୁ ପାସପୋର୍ଟ ଦିଆଗଲେ କୌଣସି ଅସୁବିଧା ନାହିଁ | ଜାନୁୟାରୀ ୨୦୧୭ରେ ଏହି ଚିଠି ଲେଖାଯାଇଥିଲା। ୨୦୨୧ ମସିହାରେ ଜିଶାନ କମରକୁ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗରେ ଗିରଫ କରାଯାଇଥିଲା। ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଁ ପାକିସ୍ତାନରେ ଅସ୍ତ୍ରଶସ୍ତ୍ର ବ୍ୟବହାର ତାଲିମ ଦିଆଯାଇଥିବାବେଳେ ପ୍ରୟାଗରାଜରେ ରହି କାର୍ଯ୍ୟ କରିବାକୁ କୁହାଯାଇଥିଲା | ତାଲିମ ପରେ ସେ କିଛି ସାଥୀଙ୍କ ସହ ଅସ୍ତ୍ରଶସ୍ତ୍ର ଧରି ପ୍ରୟାଗରାଜକୁ ଆସିଥିଲା ଓ ନିଜ କୁକୁଡ଼ା ଫାର୍ମରେ ସେମାନଙ୍କୁ ଲୁଚାଇ ରଖିଥିଲା । ହତ୍ୟା ପୂର୍ବରୁ ଅତିକ୍ ଅହମ୍ମଦ ଏବଂ ତାଙ୍କ ଭାଇ ଅସରଫଙ୍କୁ ପ୍ରୟାଗରାଜ ପୁଲିସ ପଚରାଉଚରା କରିଥିବାବେଳେ ଉଭୟ ଆଇଏସଆଇ ସହ ସେମାନଙ୍କ ସମ୍ପର୍କ ଥିବାର ସ୍ୱୀକାର କରିଥିଲେ | ଅତିକ ମଧ୍ୟ ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର କିଣିଥିବାର ସ୍ୱୀକାର କରିଥିଲା । ଉଲ୍ଲେଖ ଥାଉ କି ଏପ୍ରିଲ ୧୫ ତାରିଖରେ ଗ୍ୟାଙ୍ଗଷ୍ଟର ଅତିକ ଅହମଦ ଏବଂ ତା’ ଭାଇ ଅସରଫକୁ ଗୁଳି କରି ହତ୍ୟା କରାଯାଇଥିଲା। ଉତ୍ତରପ୍ରଦେଶର ପ୍ରୟାଗରାଜରେ ଏକ ହସ୍ପିଟାଲ ବାହାରେ ସେମାନଙ୍କୁ ତିନିଜଣ ଅଭିଯୁକ୍ତ ହତ୍ୟା କରିଥିଲେ ।






More Stories
ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା…..
ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍…..
ରେପୋ ହାର ହ୍ରାସ…..