ରିପୋର୍ଟ କାର୍ଡ / ପାରାଦୀପ
ଜଗତସିଂହପୁର ଗସ୍ତରେ ଆସିଥିବା ୫ଟି ସଚିବ ଭି କେ ପାଣ୍ଡିଆନଙ୍କୁ ବିଜେପି ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। କଳା ବେଲୁନ ଉଡ଼ାଇ କଳା ସାର୍ଟ ପ୍ୟାଣ୍ଟ ପିନ୍ଧି ବିରୋଧ ପ୍ରଦର୍ଶନ କରିଛନ୍ତି ବିଜେପି କର୍ମୀ। ଠିକ୍ ସେହିପରି ମହିଳା କର୍ମୀମାନେ କଳା ଶାଢି ପିନ୍ଧି ପ୍ରତିବାଦ କରୁଥିବା ଦେଖିବାକୁ ମିଳିଛି। ଗୋଟେପଟେ ଆକାଶ ମାର୍ଗରେ ୫ଟି ସଚିବଙ୍କ ହେଲିକପ୍ଟରରେ ଯାଉଥିବା ବେଳେ ଆକାଶ ମାର୍ଗରେ ଶହ ଶହ କଳା ବେଲୁନ ଉଡ଼ିଥିବାର ଦେଖିବାକୁ ମିଳିଛି। ପାରାଦୀପ, କୁଜଙ୍ଗ, ରାହାମାରେ ବିଜେପି ଯୁବ ମୋର୍ଚ୍ଚା ମହିଳା ମୋର୍ଚ୍ଚା ତରଫରୁ ବିରୋଧ ପ୍ରଦର୍ଶନ କରାଯାଇଛି। କର୍ମୀମାନେ ‘ପାଣ୍ଡିଆନ୍ ଗୋ ବ୍ୟାକ୍’ ସ୍ଲୋଗାନ୍ ମଧ୍ୟ ଦେଉଥିବାର ଦେଖିବାକୁ ମିଳିଛି। ପାରାଦୀପରେ ବିଜେପି ନେତା ସମ୍ପଦ ସ୍ବାଇଁଙ୍କ ନେତୃତ୍ଵରେ ବିରୋଧ ପ୍ରଦର୍ଶନ କରାଯାଉଛି। ଓଡ଼ିଶାରେ ବିଭିନ୍ନ ଅଞ୍ଚଳରେ ୫ଟି ସଚିବ ଗସ୍ତ କରିଥିବା ବେଳେ ଆଜି ପାରାଦୀପରେ ବିରୋଧ ପ୍ରଦର୍ଶନ କରାଯାଇଛି। ଯେଉଁଭଳି ଭାବରେ ୫-ଟି ସଚିବ ଓଡ଼ିଶାରେ ତାମିଲ ଶାସନ ଚଳାଉଛନ୍ତି, ତାହାର ଦୃଢ଼ ପ୍ରତିବାଦ କରିବା ପାଇଁ ବିଜେପି ଚେତାବନୀ ଦେଇଛି।






More Stories
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..
ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ…..
୭ରେ ଓଡ଼ିଶା ଆସିବେ ଅମିତ ଶାହ…..