Report Card Odisha

| Daily Odia News

କୁସ୍ତିଯୋଦ୍ଧାଙ୍କୁ ଜନ୍ତର ମନ୍ତରରେ ଆନ୍ଦୋଳନ ମନା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭବିଷ୍ୟତରେ ଜନ୍ତର ମନ୍ତରରେ ଆନ୍ଦୋଳନ ପାଇଁ ଆବେଦନ କରିଲେ କୁସ୍ତିଯୋଦ୍ଧାମାନଙ୍କୁ ଏଥିପାଇଁ ଆଉ ଅନୁମତି ଦିଆଯିବ ନାହିଁ। ଜନ୍ତର ମନ୍ତର ଛଡ଼ା ସେମାନଙ୍କୁ ଅନ୍ୟ ଉପଯୁକ୍ତ ସ୍ଥାନରେ ଅନୁମତି ଦିଆଯିବ। ଗତକାଲିର ଘଟଣା ପରେ ଦିଲ୍ଲୀ ପୋଲିସ ଆଜି ଏହା କହିଛି। ଦିଲ୍ଲୀ ପୋଲିସ ଗତକାଲି ଆନ୍ଦୋଳନକାରୀ କୁସ୍ତିଯୋଦ୍ଧାଙ୍କ ବିରୋଧରେ ଦଙ୍ଗା ଭିଆଇବା ଅଭିଯୋଗରେ ମାମଲା ରୁଜୁ କରିଥିଲା। ବାରମ୍ବାର ଅନୁରୋଧ ସତ୍ତ୍ବେ ସେମାନେ ଆଇନ ଭଙ୍ଗ କରିଥିଲେ। ସେଥିପାଇଁ ଜନ୍ତର ମନ୍ତରରେ ସେମାନଙ୍କ ଆନ୍ଦୋଳନକୁ ବନ୍ଦ କରାଯାଇଛି। ତେବେ ଦଙ୍ଗା ଭିଆଇବା କିମ୍ବା କୌଣସି ପ୍ରକାର ହିଂସାରେ ଲିପ୍ତ ରହିବା ଅଭିଯୋଗକୁ କୁସ୍ତିଯୋଦ୍ଧାମାନେ ଖଣ୍ଡନ କରିଛନ୍ତି। ଅନ୍ୟପକ୍ଷରେ କୁସ୍ତିଯୋଦ୍ଧାମାନେ ନୂଆ ସଂସଦ ଭବନ ଆଡ଼କୁ ଯିବା ସମୟରେ ଦିଲ୍ଲୀ ପୋଲିସ ସେମାନଙ୍କୁ ‌‌ଠେଲାପେଲା କରିଥିଲା। ଦୁଇ କିମି ଦୂରରେ ପ୍ରଧାନମନ୍ତ୍ରୀ ନୂଆ ସଂସଦ ଭବନର ଉଦ୍‌ଘାଟନ କରୁଥିବାବେଳେ ମହିଳା କୁସ୍ତିଯୋଦ୍ଧାମାନଙ୍କ ପ୍ରତି ଦିଲ୍ଲୀ ପୋଲିସର ଏଭଳି ଆଚରଣକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।

Breaking News