Report Card Odisha

| Daily Odia News

ବିଜେପି ବିରୋଧରେ ସାରା ଦେଶରେ ବିକ୍ଷୋଭ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବିଜେପି ବିରୋଧରେ ସାରା ଦେଶରେ କଂଗ୍ରେସର ବିକ୍ଷୋଭ। ସତ୍ୟମେବ ଜୟତେ ଆନ୍ଦୋଳନ। ବହୁଚର୍ଚ୍ଚିତ ନ୍ୟାସନାଲ ହେରାଲଡ ମାମଲାରେ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କ ବିରୋଧରେ ଇଡିର ଚାର୍ଜସିଟକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଥିଲେ। ଏହା ପରେ ଘଟଣାକୁ ନେଇ ତାତିଛି କଂଗ୍ରେସ। ରାଜନୈତିକ ପ୍ରତିଶୋଧ ପରାୟଣ ହୋଇ ଗାନ୍ଧି ପରିବାରକୁ ଫସାଇବାକୁ ବିଜେପି ବାରମ୍ଵାର ଚେଷ୍ଟା କରୁଛି। କିନ୍ତୁ କୋର୍ଟରେ ଚାର୍ଜସିଟ୍ ଖାରଜ ହେବା ଦ୍ଵାରା ସତ ପଦାକୁ ଆସିଛି। ସତ୍ୟର ଜୟ ହୋଇଛି। ଏପିରିକ ଏହି ମାମଲାରେ ଏଫଆଇଆର୍ ମଧ୍ୟ ହୋଇ ନାହିଁ ବୋଲି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବି କରିଛନ୍ତି। କୋର୍ଟଙ୍କ ରାୟକୁ ସ୍ଵାଗତ କରି ବିଜେପି ବିରୋଧରେ ବର୍ଷିଛି କଂଗ୍ରେସ। ଆଜି ସାରା ଦେଶରେ ବିଜେପି ବିରୋଧରେ ବିକ୍ଷୋଭ କରିଛି କଂଗ୍ରେସ।କୋର୍ଟ କହିଥିଲେ, ପିଏମଏଲଏ ଅନୁସାରେ ଦାୟର ଅଭିଯୋଗ ଯଥାର୍ଥ ନୁହେଁ। ଏହା ଏକ ପ୍ରାଇଭେଟ ଅଭିଯୋଗ ଅନୁସାରେ ହୋଇ ନ ଥିବା ସହ ଏହା ଏକ ଏଫଆଇଆର ହୋଇ ନଥିବାରୁ ଏହାକୁ କୋର୍ଟ ଗ୍ରହଣ କରିପାରିବେ ନାହିଁ। ଗତ ୨୦୨୨ ଅଗଷ୍ଟ ୩ ତାରିଖରେ ନ୍ୟାସନାଲ ହେରାଲଡ ଅଫିସ ସିଲ୍ କରିଥିଲା ଇଡି। ପରେ ୨୦୨୫ ଏପ୍ରିଲ ୧୫ରେ ସୋନିଆ, ରାହୁଲ ଓ ସାମ ପିଟ୍ରୋଡାଙ୍କ ବିରୋଧରେ ଇଡି ଚାର୍ଜସିଟ ଦାଖଲ କରିଥିଲା। ଗତ ଏପ୍ରିଲ ୧୬ରେ ସୋନିଆ ଓ ରାହୁଲଙ୍କୁ ସମନ ଜାରି କରିବାକୁ ମନା କରିଥିଲେ ଦିଲ୍ଲୀ କୋର୍ଟ।

Breaking News