ରିପୋର୍ଟ କାର୍ଡ / କଣ୍ଟାମାଳ
ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକ ଆମ୍ବଗାଁରେ ଆଜି ୫ଟି ସଚିବ ଭିକେ ପାଣ୍ଡିଆନ୍ଙ୍କ କାର୍ଯ୍ୟକ୍ରମକୁ ବିରୋଧ କରିଛି ବିଜେପି। ୫ଟି ସଚିବଙ୍କ ଗସ୍ତକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି କଣ୍ଟାମାଳ ବିଜେପି କର୍ମୀମାନେ। କହ୍ନେଇ ଚରଣ ଡାଙ୍ଗଙ୍କ ନେତୃତ୍ୱରେ ଇଞ୍ଜିନିୟର୍ ରାକେଶ ତ୍ରିପାଠୀ ଓ ଅନ୍ୟମାନେ ମିଶି ଏହି ବିରୋଧ ପ୍ରଦର୍ଶନ କରିଛନ୍ତି। ଆମ୍ବଗାଁ ପଡିଆରେ ସଚିବଙ୍କ ସଭା ଏବଂ ୫ଟି ସ୍କୁଲ ପରିଦର୍ଶନର କାର୍ଯ୍ୟକ୍ରମ ରହିଛି । ଏଣୁ ବିଜେପିର ନେତା ଓ କର୍ମୀ ପାଣ୍ଡିଆନଙ୍କ ଏହି ଗସ୍ତକୁ ତୀବ୍ର ବିରୋଧ ପ୍ରଦର୍ଶନ କରିଛନ୍ତି। ସଭାସ୍ଥଳକୁ ଯିବାପାଇଁ ଥିବା ମୁଖ୍ୟ ଗେଟ ସମ୍ମୁଖରେ ବିଜେପିର ନେତା ଓ କର୍ମୀମାନେ କଳା ପତାକା ପ୍ରଦର୍ଶନ କରିବା ସହ ‘ପାଣ୍ଡିଆନ ଗୋ ବ୍ୟାକ୍’ ନାରା ଦେଇଛନ୍ତି। ଏମିତକି କର୍ମୀମାନେ ସଭାସ୍ଥଳକୁ ଯିବା ପାଇଁ ଧସେଇ ପଶୁଥିବା ବେଳେ ପୋଲିସ ସହ ଧସ୍ତାଧସ୍ତି ମଧ୍ୟ ହୋଇଥିବା ସୂଚନା ରହିଛି।






More Stories
ଆଉ ଖୋଲାରେ ମିଳିବନି ଗ୍ୟାସ୍……
ଉଚ୍ଚଶିକ୍ଷାରେ ୫୦ ପ୍ରତିଶତ ସଂରକ୍ଷଣ: SC-ST-OBC ଙ୍କୁ ମିଳିବ…..
ସଚିବସ୍ତରୀୟ ବୈଠକ ଅନୁଷ୍ଠିତ:ଏକୀକୃତ ବ୍ୟବସ୍ଥାକୁ ଆଣିବାକୁ ପରାମର୍ଶ….