ରିପୋର୍ଟ କାର୍ଡ / କଟକ
ହାଇକୋର୍ଟରେ ମାଞ୍ଜାସୂତା ବ୍ୟବହାର ଉପରେ କଟକଣା ନେଇ ଜନସ୍ବାର୍ଥ ମାମଲା ହୋଇଛି। ଏଥିରେ କଟକ ଭୁବନେଶ୍ବର ମହାନଗର ନିଗମ, କଟକ ଭୁବନେଶ୍ୱର ଡିସିପିଙ୍କ ସମେତ ୮ ଜଣଙ୍କୁ ମାମଲାରେ ପକ୍ଷଭୁକ୍ତ କରାଯାଇଛି। ବିଗତ ଦିନରେ ମାଞ୍ଜାସୂତା ନେଇ ଘଟିଥିବା ଦୁର୍ଘଟଣାଗୁଡ଼ିକୁ ଆବେଦନକାରୀ ଆବେଦନରେ ଦର୍ଶାଇଛନ୍ତି। ମାଞ୍ଜାସୂତା ବ୍ୟବହାର ଉପରେ ଥିବା କଟକଣା କିଭଳି କଡାକଡି ପାଳନ ହେବ ସେ ନେଇ ହାଇକୋର୍ଟ ହସ୍ତକ୍ଷେପ କରିବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି। ସୂଚନାଯୋଗ୍ୟ, ଆସନ୍ତା ମକର ସଂକ୍ରାନ୍ତି ଅବସରରେ ଓଡ଼ିଶାର ଆକାଶରେ ଗୁଡ଼ି ଉଡ଼ିବ। ଏଥି ପାଇଁ ଗୁଡ଼ି ବ୍ୟବସାୟୀମାନେ ଗୁଡ଼ି ପ୍ରସ୍ତୁତି ହେଉଛନ୍ତି। ପିଲମାନେ ମଧ୍ୟ ଗୁଡ଼ି ଉଡାଇବା ପାଇଁ ପ୍ରସ୍ତୁତ ହେଉଛନ୍ତି। କିନ୍ତୁ ଗୁଡ଼ିରେ ବ୍ୟବହାର ହେଉଥିବା ମାଞ୍ଜାସୂତା ପାଇଁ ଅତୀତରେ ରାଜ୍ୟରେ ଓ ରାଜ୍ୟ ବାହାରେ ଅଘଟଣ ଘଟିଛି। ତେଣୁ ଅଘଟଣ ଏଡେଇବା ପାଇଁ ଆବେଦନକାରୀ ହାଇକୋର୍ଟଙ୍କ ନିକଟରେ ଜନସ୍ବାର୍ଥ ମାମଲା ରୁଜୁ କରାଇଛନ୍ତି। ଉଲ୍ଲେଖ ଯୋଗ୍ୟ- ୨୦୨୧ ଡିସେମ୍ବର ୨6 ତାରିଖରେ କଟକ-ଚାନ୍ଦବାଲି ରାଜପଥର ପୀରବଜ଼ାର ନିକଟରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ବାଇକ୍ରେ ଯାଉଥିବା ବେଳେ ଗୁଡ଼ିର ମାଞ୍ଜାସୂତାରେ ବେକ କଟି ଜଣେ ଯୁବକ ପ୍ରାଣ ହରାଇଥିଲେ। ତେବେ ସାଙ୍ଗରେ ଯାଉଥିବା ତାଙ୍କର ପତ୍ନୀ ଅଳ୍ପକେ ରକ୍ଷା ପାଇଯାଇଥିଲେ।
More Stories
ଓଡ଼ିଶାର ୧୯ ପୋଲିସ କର୍ମଚାରୀଙ୍କୁ ମିଳିବ ପଦକ….
ମାହାଙ୍ଗା ଡବଲ ମର୍ଡର ମାମଲା:ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଜବାବ ତଲବ…..
ମୋଷ୍ଟ ୱାଣ୍ଟେଡ୍ ଆଲୋକ ସେଠୀ ନିହତ: ଘର ନିଆଳି….