Report Card Odisha

| Daily Odia News

ପୁଣି ଆରମ୍ଭ ହେଲା ଭାରତ ଯୋଡ ଯାତ୍ରା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବ୍ରେକ ପରେ ପୁଣି ଆରମ୍ଭ ହେଲା କଂଗ୍ରେସର ଭାରତ ଯୋଡ ଯାତ୍ରା। ରାଜଧାନୀ ଦିଲ୍ଲୀରୁ ଏହି ଯାତ୍ରା ପୁଣି ଆରମ୍ଭ ହୋଇଛି। ଶୀତ ପାଇଁ ବିଶ୍ରାମ ପରେ ପୁଣି ଥରେ ଏହି ଯାତ୍ରା ଆରମ୍ଭ କରିଛନ୍ତି ରାହୁଲ। ଯାତ୍ରା ଦିଲ୍ଳୀର କାଶ୍ମୀର ଗେଟ୍‌ର ପ୍ରାଚୀନ ହନୁମାନ ମନ୍ଦିରରେ ଦର୍ଶନ କରି ଆରମ୍ଭ କରିଛନ୍ତି। ଏହି ଯାତ୍ରାରେ ରାହୁଲଙ୍କ ସହ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଯୋଗ ଦେଇଛନ୍ତି। ଦିଲ୍ଲୀ ଦଙ୍ଗାରେ ପ୍ରଭାବିତ ମୌଜପୁର, ଜାଫରାବାଦ୍‌, ଗୋକୁଲପୁରି‌ରୁ ହୋଇ ୟୁପିକୁ ପ୍ରବେଶ କରିବ ଭାରତ ଯୋଡ ଯାତ୍ରା । ୟୁପିର ଲୋନିରୁ ଗଜିଆବାଦ୍ ହୋଇ ବାଗପତରେ ରାତ୍ରୀ ଜାପନ ପାରିବେ । ଦିଲ୍ଲୀରେ ଭାରତ ଯୋଡ଼ ଯାତ୍ରା ପାଇଁ ପୋଲିସ ପକ୍ଷରୁ ଏକ ଟ୍ରାଫିକ୍ ଆଡ୍‌ଭାଇଜରି ଜାରି କରାଯାଇଛି। କିଛି ରାସ୍ତାରେ ଡାଇଭର୍ସନ ପ୍ଲାନ ଲାଗୁ କରାଯାଇଛି। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏବଂ ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀଙ୍କୁ କଂଗ୍ରେସ ‘ଭାରତ ଯୋଡ଼ ଯାତ୍ରା’ ପାଇଁ ନିମନ୍ତ୍ରଣ କରିଛି। ଏଥିପାଇଁ ଉଭୟ ଅଖିଳେଶ ଏବଂ ମାୟାବତୀ ଧନ୍ୟବାଦ ଜଣାଇଛନ୍ତି। ନିମନ୍ତ୍ରଣ ପାଇ ସପା ମୁଖ୍ୟ ଅଖିଳେଶ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ଯାତ୍ରାର ସଫଳତା କାମନା କରିଛନ୍ତି। ତେବେ ଅଖିଳେଶ ଭାରତ ଯୋଡ଼ ଯାତ୍ରାରେ ଯୋଗ ଦେବେନାହିଁ ବୋଲି ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଉତ୍ତର ପ୍ରଦେଶ କଂଗ୍ରେସକୁ ଯାତ୍ରାର ପତାକା ଦିଆଯିବ। ପରଦିନ ଅର୍ଥାତ୍ ୪ ଜାନୁୟାରୀରେ ବାଗପତରୁ ଶାମଲି ଯାତ୍ରା ବାହାରିବ। ଏହାପରେ ୫ ଜାନୁୟାରୀରେ ଶାମଲିରୁ ଯାତ୍ରା ବାହାରି ହରିୟାଣାର ପାନିପଥରେ ପହଂଚିବ |

Breaking News