ରିପୋର୍ଟ କାର୍ଡ / ଭୁବନେଶ୍ୱର
ବର୍ତ୍ତମାନ ପାର୍ବଣ ଋତୁ ଚାଲିଛି ସଂକ୍ରମ ବଢ଼ିବା ଆଶଙ୍କା ରହିଛି | ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କରୋନା SOP ଜାରି କରିଛନ୍ତି | ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିଲେ ମଧ୍ୟ ପାର୍ବଣକୁ ଦୃଷ୍ଟିରେ ରଖି କରୋନା ଗାଇଡଲାଇନ କଡାକଡି ଭାବରେ ମାନିବା ପାଇଁ ଏସଆରସି ନିବେଦନ କରିଛନ୍ତି । ଅକ୍ଟୋବର ମାସ ପାଇଁ କରୋନା ଗାଇଡଲଇନ୍ସ ଘୋଷଣା କରିଛନ୍ତି SRC | ଅକ୍ଟୋବର ୧ ରୁ ନଭେମ୍ବର ୧ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶାବଳୀ ଜାରିରହିବ | ରାଜ୍ୟର ସମସ୍ତ ସହରାଞ୍ଚଳରେ ନାଇଟ କର୍ଫ୍ୟୁ ବଳବତ୍ତର ରହିବ | ସମସ୍ତ ପୌରାଞ୍ଚଳରେ ରାତି ୧୦ଟାରୁ ୫ଟା ଯାଏଁ ନାଇଟ କର୍ଫ୍ୟୁ ବଳବତ୍ତର ରହିବ । ତେବେ କଟକ ଓ ଭୁବନେଶ୍ୱରରେ ଦୁର୍ଗାପୂଜା ପାଇଁ ନାଇଟ କର୍ଫ୍ୟୁକୁ କଡାକଡି କରାଯାଇଛି । ଅକ୍ଟୋବର ୧୧ରୁ ୨୦ ତାରିଖ ଯାଏଁ ନାଇଟ କର୍ଫ୍ୟୁର ଅବଧି ରାତି ୮ରୁ ୫ ଯାଏଁ ରହିବ । ଏହି ଦୁଇଟି ଜିଲ୍ଲାର ସହରାଞ୍ଚଳରେ ରାତି ୮ଟାରୁ ଦୋକାନ ବଜାର ବନ୍ଦ ରହିବା ନେଇ ସୂଚନା ଦେଇଛନ୍ତି ଏସଆରସି । ବିବାହ ବ୍ରତଘର ପାଇଁ ସେପ୍ଟେମ୍ୱର ମାସର ଗାଇଡ୍ଲାଇନ୍ ବର୍ବତ୍ତର ରହିଛି ।






More Stories
ରାଷ୍ଟ୍ରପତିଙ୍କ ଗସ୍ତ:ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ…..
ପାନ ମସଲାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୟାନ…..
ରାଷ୍ଟ୍ରପତିଙ୍କ ଗସ୍ତ:୩୦ ପ୍ଲାଟୁନ ଫୋର୍ସ ମୁତୟନ…..