ରିପୋର୍ଟ କାର୍ଡ / ଭୁବନେଶ୍ୱର
ଗୋଟିଏ ଲଘୁଚାପ ନ ଯାଉଣୁ ପୁଣି ଗୋଟିଏ ଦାନା ବାନ୍ଧୁଛି । ଉତ୍ତର-ପୂର୍ବ ବଙ୍ଗୋପସାଗରରେ ରହିଥିବା ଲଘୁଚାପ ବଳୟ ଆସନ୍ତା ୨୯ରେ ପଶ୍ଚିମବଙ୍ଗ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ରୂପ ନେଇପାରେ । ଉତ୍ତର ବିହାର ଓ ସଂଲଗ୍ନ ଉତ୍ତର ପଶ୍ଚିମବଙ୍ଗ ଉପରେ ଅକ୍ଟୋବର ୪ରେ ଏହା ଅବପାତରେ ପରିଣତ ହୋଇପାରେ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ କେନ୍ଦ୍ରୀୟ ଓ ଦକ୍ଷିଣ ଉପକୂଳ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହୋଇପାରେ । ଉତ୍ତର ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ୨୯ରୁ ବର୍ଷା ବଢ଼ିବା ସହ ଦକ୍ଷିଣ ଓଡ଼ିଶାରେ ସ୍ୱଳ୍ପ ବର୍ଷା ହେବା ସହ ଅକ୍ଟୋବର ୧ କିମ୍ବା ୨ ତାରିଖରୁ ବର୍ଷା ବଢ଼ିବାର ସମ୍ଭାବନା ରହିଛି । ଅକ୍ଟୋବର ମାସ ଦ୍ୱିତୀୟ ସପ୍ତାହରେ ଦକ୍ଷିଣ ଚୀନ ସାଗର ପଟୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଆଡ଼କୁ ଲଘୁଚାପ ଆସିପାରେ । ତେବେ ଏହା ଓଡ଼ିଶାକୁ ମୁହାଁଇବ କି ନାହିଁ, କେଉଁ ଦିଗରେ ଗତି କରିବ ସେନେଇ ଏବେଠୁ ଆକଳନ କରିବା ସହଜ ନୁହେଁ ବୋଲି ପାଣିପାଗ ବିଶେଷଜ୍ଞମାନେ ମତ ଦେଇଛନ୍ତି ।ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁଯାୟୀ, ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ ବଙ୍ଗୋପସାଗରରେ ଏକାଧିକ ଲଘୁଚାପ ବଳୟ ସୃଷ୍ଟି ହେବ ବୋଲି ସୂଚନାମିଳିଛି ।
More Stories
ଗରିବଙ୍କ କୁଡ଼ିଆରେ ଫଟୋ ଉଠାଇ ଆନନ୍ଦ ପାଆନ୍ତି,ଗରିବଙ୍କ ଉପରେ ଭାଷଣ ବୋରିଂ……
ଆସନ୍ତାକାଲି ଦିଲ୍ଲୀ ନିର୍ବାଚନ,ହନୁମାନ ଙ୍କୁ ପୂଜାର୍ଚ୍ଚନା କଲେ କେଜ୍ରିୱାଲ୍……
ଭିଜିଲାନ୍ସ ଜାଲରେ ଏଏସଆଇ……