Report Card Odisha

| Daily Odia News

ପଞ୍ଜାବ କଂଗ୍ରେସର ମୁଖପାତ୍ର ପ୍ରୀତପାଲ ସିଂ ଦେଲେ ଇସ୍ତଫା……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପଞ୍ଜାବ କଂଗ୍ରେସର ମୁଖପାତ୍ର ପ୍ରୀତପାଲ ସିଂ ବାଲିଆୱାଲ ସୋମବାର ଦଳରୁ ଇସ୍ତଫା ଦେଇଛନ୍ତି। ଏହି ଇସ୍ତଫା ପାଇଁ ପ୍ରୀତପାଲ ସିଦ୍ଧୁଙ୍କୁ ଦାୟୀ କରିଛନ୍ତି। ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଥିବା ତାଙ୍କ ଇସ୍ତଫା ପତ୍ରରେ ସେ କହିଛନ୍ତି, କଂଗ୍ରେସର ରାଜ୍ୟ ଶାଖାର ନେତୃତ୍ୱ ଭୁଲ୍‌ ଲୋକ ହାତରେ ଦିଆଯାଇଛି। ୨୦୨୨ ମସିହାରେ କ୍ୟାପଟେନ ଅମରିନ୍ଦର ସିଂ ଏବଂ ସୁନୀଲ କୁମାର ଜାଖରଙ୍କ ନେତୃତ୍ୱରେ ସରକାର ଗଠନ ପାଇଁ ଆମେ ଦୃଢ଼ ନିଶ୍ଚିତ ଥିଲୁ। କିନ୍ତୁ ଚରଣଜିତ ସିଂ ଭଲ କାମ କରୁଥିଲେ ହେଁ ଆପଣ ସିଦ୍ଧୁଙ୍କୁ ବାଛିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ତାଙ୍କ ଦ୍ବାରା ପ୍ରତିଦିନ ସୋସିଆଲ ମିଡିଆରେ କରାଯାଉଥିବା ଟ୍ବିଟ୍‌ ତାଙ୍କର ତଥା ଦଳର ଭାବମୂର୍ତ୍ତି ହ୍ରାସ କରୁଛି। ଅକାଳୀ ଶାସନରେ ମଧ୍ୟ ସେମାନେ ମୋ ପରିବାର ଉପରେ ମିଥ୍ୟା ମାମଲା ପଞ୍ଜିକରଣ କରିକରିବା ସହିତ ମୋର ବ୍ୟବସାୟକୁ ନଷ୍ଟ କରିଥିଲେ। ତଥାପି ଆମେ କଂଗ୍ରେସ ପାଖରେ ଛିଡ଼ା ହୋଇଥିଲୁ। ଯେତେବେଳେ ପାର୍ଟି ଜଗଦୀଶ ଟାଇଟଲରଙ୍କୁ ମୁଖ୍ୟ ଭୂମିକା ଦେଇଥିଲା ସେତେବେଳେ ମଧ୍ୟ ଏହା ମୋତେ ଆଘାତ ଦେଇଥିଲା। ତେଣୁ ମୁଁ ଜାତୀୟ ସଂଯୋଜକଙ୍କ ଦାୟିତ୍ୱରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି। ପଞ୍ଜାବ କଂଗ୍ରେସର ସିନିୟର ମିଡିଆ ପ୍ୟାନେଲିଷ୍ଟର ଦାୟିତ୍ୱ ସହିତ ହରିୟାଣା ଏବଂ ହିମାଚଳ ପ୍ରଦେଶ କିଷାନ କଂଗ୍ରେସର ଇନଚାର୍ଜ ଦାୟିତ୍ବରୁ ମଧ୍ୟ ସେ ଇସ୍ତଫା ଦେଇଛନ୍ତି।

Breaking News