ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ଶ୍ରୀ ମନ୍ଦିରର ନୂତନ ପରିଚାଳନା କମିଟିର ପ୍ରଥମ ବୈଠକ । ପୁରୀ ବଡଦାଣ୍ଡ ସ୍ଥିତ ନିଳାଦ୍ରୀ ଭକ୍ତ ନିବାସ ଠାରେ ନୂତନ ପରିଚାଳନା କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହେବ। ସକାଳ ୧୧ଟା ରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ। ତେବେ ବୈଠକରେ ହେରିଟେଜ କରିଡର, ସେବାୟତ କଲ୍ୟାଣ, ନୂତନ ସବକମିଟି ଗଠନ ଓ ଗତ ରଥଯାତ୍ରାର ସମୀକ୍ଷା ନେଇ ଆଲୋଚନା କରାଯିବ। ଅନ୍ୟପଟେ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନର ଆଜି ଚତୁର୍ଥ ଦିନ ହୋଇଥିବା ବେଳେ ହଜାର ହଜାର ସଂଖ୍ୟାରେ ରାଜ୍ୟ ଓ ରାଜ୍ୟ ବାହାରର ଭକ୍ତ ଆଜି ମହାପ୍ରଭୁଙ୍କ ଦର୍ଶନରେ ସାମିଲ ହୋଇଛନ୍ତି। ଭକ୍ତମାନେ ପ୍ରମାଣପତ୍ରର ହାର୍ଡ କପି ପାଇବା ପାଇଁ ପୌରସଂସ୍ଥା ପକ୍ଷରୁ ରାଜନହର ସମ୍ମୁଖରେ ଦେୟମୁକ୍ତ ସେବାର ବ୍ୟବସ୍ଥା କରାଯାଇଛି। ଆସନ୍ତାକାଲି ରେଖା ପଞ୍ଚମୀ ଅବସରରେ ମହାପ୍ରଭୁଙ୍କୁ ସୁବର୍ଣ୍ଣ ରାହୁ ରେଖା ଲାଗି କରାଯିବ। ଏଥିପାଇଁ ଅପରାହ୍ନ ଦୁଇଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।






More Stories
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..