ରିପୋର୍ଟ କାର୍ଡ / ପୁରୀ
ପୁରୀ ସମୁଦ୍ରକୂଳକୁ ଅବରୋଧ ମୁକ୍ତ, ପରିଷ୍କାର ପରିଚ୍ଛନ୍ନ ରଖିବା ସହ ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ପୌରସଂସ୍ଥା ପକ୍ଷରୁ ଆରମ୍ଭ ହୋଇଛି ଉଛେଦ ପ୍ରକ୍ରିୟା। ବେଳାଭୂମି ଓ ରାସ୍ତାର ଦୁଇପାର୍ଶ୍ୱରେ ଥିବା ଉଠା ଦୋକାନୀଙ୍କୁ ଉଛେଦ କରାଯାଇଥିବା ବେଳେ ଦିଗବାରିଣୀ ଛକରୁ ହୋଟେଲ ସି ଗଲ ହାଇମାକ୍ସ ଲାଇଟ ଛକ ପର୍ଯ୍ୟନ୍ତ ଏହି ଉଚ୍ଛେଦ କରାଯାଇଛି। ସେହିପରି ଏହା ପୂର୍ବରୁ ପୁରୀ ପୌରପାଳିକା ପକ୍ଷରୁ ଏନେଇ ଉଠା ଦୋକାନୀଙ୍କୁ ନୋଟିସ କରାଯାଇଥିଲା। ଏବେ ପର୍ଯ୍ୟଟନ ଋତୁ ଚାଲିଥିବା ବେଳେ ହଠାତ ତରବରିଆ ଭାବେ ପୌରସଂସ୍ଥା ପକ୍ଷରୁ ଉଠା ଦୋକାନୀଙ୍କୁ ବେଳାଭୂମିରୁ ହଟାଯିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଉଛେଦ ପାଇଁ ପୌର ଏନଫୋର୍ସମେଣ୍ଟ ଅଧିକାରୀ, ସିଟି ଡ଼ିଏସପି ଓ ସମୁଦ୍ରକୂଳ ଥାନା ଅଧିକାରୀଙ୍କ ସହ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ବେଳାଭୂମିରେ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ଉଠାଦୋକାନୀଙ୍କୁ ଥଇଥାନ ନକରି ଏଭଳି ଉଛେଦ କରିବା ଠିକ୍ ନୁହେଁ ବୋଲି କ୍ଷତିଗ୍ରସ୍ତ ଉଠା ଦୋକାନୀ କହିଛନ୍ତି। ସେପଟେ ଘଟଣାକୁ ନେଇ ପୁରୀ ସମୁଦ୍ରକୂଳରେ ଉଠା ଦୋକାନୀ ମାଙ୍କ ରୋକ।ରାସ୍ତା ରୋକ୍ କରିଥିଲେ । ପ୍ରଥମେ ଥଇଥାନ ଓ ପରେ ଉଛେଦ ଦାବି କରିଛନ୍ତି ଦୋକାନୀ ।






More Stories
ପଟ୍ଟାରେ ଲାଗିବ କ୍ୟୁଆର୍ କୋଡ୍…..
ରାଜ୍ୟସଭା ନିର୍ବାଚନ ବିଗୁଲ୍ !…..
୧୩ରେ ରାଜ୍ୟ କ୍ୟାବିନେଟ୍…..