ରିପୋର୍ଟ କାର୍ଡ / ପୁରୀ
ମୁକୁଳା ଡ୍ରେନ ରେ ପଡି ଯୁବକଙ୍କର ମୃତ୍ୟୁ ହୋଇଛି | ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ବଡଦାଣ୍ଡ ମାର୍କେଟ ଛକ ନିକଟରେ | ଅନ୍ୟପଟେ ମୃତ ଯୁବକ ଜଣକ କିଏ ବୋଲି ବର୍ତ୍ତମାନ ସୁଦ୍ଧା ପରିଚୟ ମିଳିପାରି ନାହିଁ । ସୂଚନା ଅନୁସାରେ, ଡ୍ରେନ୍ ସଫା କରିବା ପାଇଁ ସ୍ଲାବ୍ ଉଠାଯାଇଥିଲା । କିନ୍ତୁ କାମ ସରିବା କରେ ତାହାକୁ ବନ୍ଦ କରାଯାଇନଥିଲା । ସେହି ବାଟଦେଇ ଯାଉଥିବା ଜଣେ ଯୁବକ ଡ୍ରେନରେ ପଡ଼ି ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।ସୂଚନା ଅନୁସରେ- ଗତ କିଛିଦିନ ତଳେ ଡ୍ରେନ ଉପରେ ସ୍ଲାବ ପକାଇବା ପାଇଁ ପୁରୀ ପୌର କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅବଗତ କରାଯାଇ ଥିଲେ ମଧ୍ୟ କେହି ଶୁଣି ନ ଥିଲେ । ପ୍ରଶାସନର ଅବହେଳା ଯୋଗୁଁ ଗୋଟିଏ ନିରୀହ ଜୀବନ ଚାଲି ଯାଇଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..