Report Card Odisha

| Daily Odia News

ପୁରୀରେ ଯୁବକଙ୍କୁ ହତ୍ୟା…..

ରିପୋର୍ଟ କାର୍ଡ / ପୁରୀ

ପୁରୀ ଜିଲ୍ଲା ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ ନିକଟରେ ହତ୍ୟାକାଣ୍ଡ ଘଟିଛି । ଯୁବକଙ୍କୁ ହାଣି ଫିଙ୍ଗି ଦେଇଛନ୍ତି ଦୁର୍ବୃତ୍ତ । ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ଟାଉନ ଥାନା ପୋଲିସ । ଘଟଣା ସ୍ଥଳରେ ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂହ ପହଞ୍ଚିଛନ୍ତି । ବିଳମ୍ବିତ ରାତିରେ ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଇଛି । ମୃତ ଯୁବକଙ୍କ ଦେହରେ ଏକାଧିକ କ୍ଷତ ରହିଛି । ସୂଚନା ଅନୁସାରେ ମୃତ ଯୁବକ ଜଣଙ୍କ ହେଲେ ବାଲେଶ୍ୱର ଜିଲ୍ଲାର ସ୍ମାରକ ଶ୍ରୀ ଓରଫ ଟୁଟୁ । ସେ ଏକ ହୋଟେଲରେ କାମ କରୁଥିବା ଜଣାପଡିଛି ।

Breaking News