Report Card Odisha

| Daily Odia News

ଶ୍ରୀମନ୍ଦିର ପାଇଁ ଲାଗିବାକୁ ଯାଉଛି ପୋଷାକ କଟକଣା…..

ରିପୋର୍ଟ କାର୍ଡ / ପୁରୀ

ଶ୍ରୀମନ୍ଦିର ଯିବା ପାଇଁ ଶ୍ରଦ୍ଧାଳୁଙ୍କ ପୋଷାକ ଉପରେ ଲାଗିବାକୁ ଯାଉଛି କଟକଣା । ଅଙ୍ଗ ପ୍ରଦର୍ଶନ କରୁଥିବା ଭଳି କିଛି ଡ୍ରେସ ପିନ୍ଧିଲେ ମନ୍ଦିର ଭିତରକୁ ଯିବାକୁ ଅନୁମତି ମିଳିବ ନାହିଁ । ଶରୀର ସମସ୍ତ ଅଙ୍ଗକୁ ଢାଙ୍କିବା ପରେ ହିଁ ମନ୍ଦିର ଭିତରକୁ ଯାଇପାରିବେ ଶ୍ରଦ୍ଧାଳୁ । ଅନେକ ଦିନରୁ ଏ ନେଇ ତର୍ଜମା ଚାଲିଥିବା ବେଳେ ବର୍ତ୍ତମାନ ଏହା କାର୍ଯ୍ୟକାରୀ ହେବାକୁ ଯାଉଛି । ଶ୍ରୀକ୍ଷେତ୍ରର ପବିତ୍ରତା ଏବଂ ସାଜସଜ୍ଜାକୁ ସମ୍ମାନ ଜଣାଇ ଏଭଳି ଏକ ନିୟମ ଆସିବାକୁ ଯାଉଛି । ଏବେ ଶ୍ରୀମନ୍ଦିରକୁ ଆସିଲେ ମଧ୍ୟ ଧାର୍ମିକ ପୋଷାକ ପିନ୍ଧି ଆସିବାକୁ ପଡ଼ିବ । ଯଦି କେହି ପାଶ୍ଚାତ୍ୟ ପୋଷାକକୁ ପରିଧାନ କରୁଛନ୍ତି ତାହେଲେ ସେମାନଙ୍କ ପାଇଁ ଶ୍ରୀମନ୍ଦିରକୁ ପ୍ରବେଶ ସମ୍ପୂର୍ଣ୍ଣ ମନା । ଯେପର୍ଯ୍ୟନ୍ତ ପୋଷାକରେ ପରିବର୍ତ୍ତନ ନ ହୋଇଛି, ସେପର୍ଯ୍ୟନ୍ତ କେହି ମନ୍ଦିର ଭିତରକୁ ପଶିପାରିବେ ନାହିଁ ବୋଲି ଏକ ନିୟମ ଖୁବଶୀଘ୍ର ଲାଗୁ କରାଯିବ ।

Breaking News