Report Card Odisha

| Daily Odia News

ମରାମତି ହେବ ସ୍ନାନବେଦୀ……

ରିପୋର୍ଟ କାର୍ଡ / ପୁରୀ

ଆସନ୍ତା ୧୪ ତାରିଖରେ ସ୍ନାନ ପୂର୍ଣ୍ଣିମା | ଏହା ପୂର୍ବରୁ ମରାମତି ହେବ ସ୍ନାନବେଦୀ । ଏଥିପାଇଁ ଏଏସଆଇ ସହ ଆଜି ଆଲୋଚନା ହୋଇଛି। ଖୁବଶୀଘ୍ର ମରାମତି ହେବ ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ସେହିପରି ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ବୁଧବାର ଅନୁଷ୍ଠିତ ହେବ ଦ୍ବିତୀୟ ରଥଯାତ୍ରା ସମନ୍ୱୟ ବୈଠକ।‌ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଟାଉନ ହଲ୍ ଠାରେ ହେବ ଏହି ବୈଠକ। ବିଭିନ୍ନ ବିଭାଗର କାର୍ଯ୍ୟ ଉପରେ ତଦାରଖ କରାଯିବ। ବୈଠକରେ ଅନ୍ୟାନ୍ୟ ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିବେ।

Breaking News