Report Card Odisha

| Daily Odia News

ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ….

ରିପୋର୍ଟ କାର୍ଡ / ପୁରୀ

ଆଜି ଶ୍ରୀମନ୍ଦିର ଗର୍ଭଗୃହ ରବିବାର ଯାଞ୍ଚ ହେଉଛି । ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ), ଶ୍ରୀମନ୍ଦିର ପ୍ରଶାସନ, ରାଜ୍ୟ ପୂର୍ତ୍ତ ବିଭାଗ ଅଧିକାରୀଙ୍କୁ ନେଇ ଯୁଗ୍ମ କମିଟି ଗଠନ କରାଯାଇଛି। ବୈଷୟିକ କୋର୍‌ କମିଟି ଅଧ୍ୟକ୍ଷ ତଥା ଖଡଗପୁର ଆଇଆଇଟି ପ୍ରାକ୍ତନ ପ୍ରଫେସର ଏ.ପି ଗୁପ୍ତା ସେଥିରେ ସାମିଲ ହୋଇଛନ୍ତି । ଗର୍ଭଗୃହ, ନାଟମଣ୍ଡପ ଏବଂ ଭୋଗମଣ୍ଡପ ଘର ସମେତ ପାର୍ଶ୍ବ ଦେବଦେବୀ ମନ୍ଦିର ଗୁଡିକୁ ଯାଞ୍ଚ ହେଉଛି । ବିଶେଷଜ୍ଞଙ୍କ ପରାମର୍ଶକୁ ଭିତ୍ତିକରି ଶ୍ରୀଜୀଉଙ୍କ ନୀଳାଦ୍ରି ବିଜେ ପୂର୍ବରୁ ଜରୁରୀ ମରାମତି କାର୍ଯ୍ୟ କରାଯିବ। ଏହାଛଡା ବାର୍ଷିକ ମରାମତି ଏବଂ ରକ୍ଷଣାବେକ୍ଷଣ ଯୋଜନା ପ୍ରସ୍ତୁତ କରାଯିବ। ଗର୍ଭଗୃହରୁ ଗରମ ବାମ୍ଫ ନିଷ୍କାସନ ବ୍ୟବସ୍ଥା ଅନୁଧ୍ୟାନ କରିବେ ବିଶେଷଜ୍ଞ। ଶ୍ରୀମନ୍ଦିରର ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଥିବା ଫାଟ ଗୁଡିକର ସ୍ଥିତି ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯିବା କାର୍ଯ୍ୟକ୍ରମ ରହିଛି।

 

Breaking News