Report Card Odisha

| Daily Odia News

ଆଜି ମହାପ୍ରଭୁଙ୍କର ତ୍ରିବିକ୍ରମ ବେଶ…..

ରିପୋର୍ଟ କାର୍ଡ / ପୁରୀ

ଆଜି ପଞ୍ଚୁକର ତୃତୀୟ ଦିନ। ଭକ୍ତଙ୍କୁ ତ୍ରିବିକ୍ରମ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ପଞ୍ଚୁକରେ ଶ୍ରୀଜିଉଙ୍କ ଦର୍ଶନ ଲାଗି ଶ୍ରୀମନ୍ଦିରରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼। ବିଶ୍ୱାସ ରହିଛି ଶ୍ରୀଜିଉଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ ଏଇ ପଞ୍ଚୁକ ଯାତ୍ରା। ଧର୍ମର ମାସ କାର୍ତ୍ତିକ ମାସ ଯେଉଁଭକ୍ତ ମାନେ ମାସ ଯାକ ହବିଷ ନକରି ପାରନ୍ତି | ପଞ୍ଚୁକର ପାଞ୍ଚ ଦିନ ମାନିଲେ ମାସକର ପୁଣ୍ୟ ମିଳିଥାଏ ବୋଲି କୁହାଯାଏ | ଏହି ସମୟରେ ମହାପ୍ରଭୁଙ୍କୁ ଦର୍ଶନ କଲେ କୋଟି ପୁଣ୍ୟ ମିଳିଥାଏ। ତେଣୁ ଦର୍ଶନ ପାଇଁ ପୂର୍ବଦିନ ଅପେକ୍ଷା ପଞ୍ଚୁକରେ ଶ୍ରୀମନ୍ଦିରରେ ଅଧିକ ଭିଡ଼ ଦେଖିବାକୁ ମିଳୁଛି। ଶୃଙ୍ଖଳିତ ଦର୍ଶନ ଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି |

 

Breaking News