ରିପୋର୍ଟ କାର୍ଡ / ପୁରୀ
ଆଜି ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା। ବଡ ଠାକୁରଙ୍କ ମାନବୀୟ ଲୀଳା ଦେଖିବେ ସାରା ବିଶ୍ଵ ବ୍ରହ୍ମାଣ୍ଡ। ରତ୍ନବେଦୀ ଛାଡି ଜନ୍ମବେଦୀକୁ ଯିବେ ଚତୁର୍ଦ୍ଧାମୂର୍ତ୍ତି । ବଡଦାଣ୍ଡରେ ଭକ୍ତ ଏବଂ ଭଗବାନଙ୍କର ମିଳନ ହେବ। ୫୩ ବର୍ଷ ପରେ ଚଳିତବର୍ଷ ବିରଳ ରଥଯାତ୍ରା ଦେଖିବାକୁ ଯାଉଛନ୍ତି ଭକ୍ତ। ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବ। ଦୁଇ ଦିନ ଧରି ଭକ୍ତମାନେ ମହାପ୍ରଭୁଙ୍କର ରଥଯାତ୍ରା ଦେଖିବେ। ଆଜି ଅପରାହ୍ନ ୧ଟାରେ ତିନି ଠାକୁରଙ୍କ ପହଣ୍ଡି ଆରମ୍ଭ ହେବ। ପହଣ୍ଡି ଶେଷ ହେବା ପରେ ଗଜପତି ମହାରାଜାଙ୍କ ଛେରାପହଁରା ନୀତି ସମ୍ପନ୍ନ ହେବ । ଏହାପରେ ଅପରାହ୍ନ ୫ଟାରୁ ରଥ ଟଣା ଆରମ୍ଭ ହେବ। ବିଶ୍ଵର କୋଣ ଅନୁକୋଣରୁ ଆଜି ଳକ୍ଷାଧିକ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି। ତେଣୁ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ୧୮୦ପ୍ଲାଟୁନ ଫୋର୍ସ ମୁତୟନ ହେବା ସହ ସମ୍ପୂର୍ଣ୍ଣ ପୁରୀ ସହରକୁ ବ୍ଲୁ ବ୍ଲାଙ୍କେଟ ସୁରକ୍ଷା ବଳୟରେ ରଖାଯିବ l ପ୍ରବଳ ଭକ୍ତଙ୍କ ସମାଗମ କୁ ନେଇ ଟ୍ରାଫିକ ପାଇଁ ସ୍ୱତ୍ରନ୍ତ ମୋବିଲିଟି ପ୍ଲାନ ପ୍ରସ୍ତୁର୍ତ୍ତ ହୋଇଥିବାବେଳେ ଚଳିତବର୍ଷ ନୂଆ ଟେକନୋଲୋଜି ଆପଣେଇଛି ପୁରୀ ପୁଲିସ l ସେପଟେ ଆସନ୍ତାକାଲି ଦିନ ୧୧ ଟା ସମୟରେ ରାଷ୍ଟ୍ରପତିଙ୍କ ଗସ୍ତ ରହିଛି l ଦିନ ୧୧ ଟା ସମୟରେ ସମଙ୍ଗରେ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡ଼ ଠାରେ ସ୍ୱତ୍ରନ୍ତ ବାୟୁସେନା ରେ ପହଁଚିବେ l ସେଠାରୁ ସିଧାସଳଖ ରାଜଭବନ ଯିବାର କାର୍ଯ୍ୟକ୍ରମ ରହିଛି l ୪ଟା ୪୦ରୁ ଟା ୫ଟା ୪୦ ମଧ୍ୟରେ ରାଷ୍ଟ୍ରପତି ରଥଯାତ୍ରା ଉତ୍ସବରେ ଯୋଗଦାନ କରିବେ ଏଥିନିମନ୍ତେ ସମ୍ପୂର୍ଣ୍ଣ ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରାଯାଇଛି l






More Stories
ଭୁବନେଶ୍ୱର ଗଣବଳାତ୍କାର:ଝିଅମାନେ ରାତି ୮ଟା ପରେ…..
ବଢ଼ିବ ଜମି ମୂଲ୍ୟ…..
ବିଶ୍ଵସନୀୟତା ହରାଉଛି ସରକାର….