ରିପୋର୍ଟ କାର୍ଡ / ପୁରୀ
ପୁରୀ ପରିକ୍ରମା ପ୍ରକଳ୍ପକୁ ନେଇ ଅନେକ ବାଦବିବାଦ ଦେଖା ଦେଇଛି | ରାଜାନୈତିକ ଦଳ ଠାରୁ ଆରମ୍ଭ କରି ବୁଦ୍ଧିଜୀବୀ ମହଲରେ ଅସନ୍ତୁଶ ପ୍ରକାଶ ପାଇଛି | ଆଜି ପରିକ୍ରମା ପ୍ରକଳ୍ପକୁ ନେଇ କ୍ଷୋବ ପ୍ରକାଶ କରିଛନ୍ତି ଜଗଦଗୁରୁ ଶଙ୍କରାଚାର୍ଯ୍ୟ। କହିଛନ୍ତି ପୁରୀରେ ବିକାଶ ନାଁରେ ବୋବାଲ୍ ମଚାଯାଉଛି। ଏହି ପବିତ୍ର ଭୂମିର ଅସ୍ତିତ୍ୱ ଓ ଆଦର୍ଶର ବିଲୁପ୍ତ ମାର୍ଗ ପ୍ରଶସ୍ତ କରାଯାଉଛି। ଶାସନତନ୍ତ୍ରର ଦାୟିତ୍ୱ ହେଉଛି ତୀର୍ଥସ୍ଥଳୀକୁ ଭୋଗସ୍ଥଳୀ ନ କରିବା। ତୀର୍ଥସ୍ଥଳୀକୁ ସୁରାସୁନ୍ଦରୀଙ୍କ କେନ୍ଦ୍ର ନ କରିବା ମଧ୍ୟ ଶାସନତନ୍ତ୍ରର ଦାୟିତ୍ୱ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଆଜି ଏପରି ବର୍ଷିଛନ୍ତି ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ। ସେ ଆହୁରି କହିଛନ୍ତି, ଆମେ ବିକାଶ ଚାହୁଁଛୁ। ଆମେ ବିକାଶର ପକ୍ଷରେ ଅଛୁ। କିନ୍ତୁ ତୀର୍ଥସ୍ଥଳର ଆଦର୍ଶ ଆଉ ଅସ୍ତିତ୍ୱ ବିଲୋପ ହୋଇଯାଉ, ତା’ ସପକ୍ଷରେ ଆମେ ନାହୁଁ। ଶାସନତନ୍ତ୍ର ମାର୍ଗ ପ୍ରଶସ୍ତ କରିବା ନାଁରେ ପରମ୍ପରା ପ୍ରାପ୍ତ ମଠକୁ ଭାଙ୍ଗି ଦେଲା। ଦେବୀ ଦେବତା ମନ୍ଦିରକୁ ବି ବିଲୁପ୍ତ କରି ଦିଆଗଲା। ଏହି କାର୍ଯ୍ୟକ୍ରମ ଏବେ ମଧ୍ୟ ଚାଲୁ ରହିଛି। ଶଙ୍କରାଚାର୍ଯ୍ୟ ଆହୁରି କହିଛନ୍ତି, ଶାସନତନ୍ତ୍ର ଲୋକମତକୁ ନେଇ ବଳଶାଳୀ ଭାବିବା ଅନୁଚିତ୍। କେବେ ବି ଲୋକମତ ବିପରୀତ ହୋଇଯାଇପାରେ। ଯେଉଁ ରାଜନୀତି ଦଳକୁ ଓଡ଼ିଶାବାସୀ ଅସ୍ଥା ପୂର୍ବକ ଶାସନ କରିବାକୁ ବର୍ଷ ବର୍ଷ ହେଲା ଅବସର ଦେଇଛନ୍ତି, ତାହାକୁ ବଦଳାଇ ଦେଇପାରନ୍ତି। ଓଡ଼ିଶାବାସୀଙ୍କୁ ମୁଁ କହିବାକୁ ଚାହୁଁଛି, ଯେ ବିକାଶ ନାମରେ ଓଡ଼ିଶାର ଧାର୍ମିକ ରାଜଧାନୀ ପୁରୀର ଆଦର୍ଶକୁ ବିକୃତ ଓ ବିଲୁପ୍ତ କରିବାକୁ ପ୍ରୟାସ କରାଯାଉଛି। ଶଙ୍କରାଚାର୍ଯ୍ୟ ପୁରୀକୁ ଓଡ଼ିଶାର ଧାର୍ମିକ ରାଜଧାନୀ ବୋଲି ସମ୍ବୋଧନ କରିଛନ୍ତି। ବିକାଶ ନାଁରେ ମଠକୁ ଭାଙ୍ଗିଦେବା ଅନୁଚିତ ଅଟେ। ମାର୍ଗ ପ୍ରଶସ୍ତ ନାଁରେ ପ୍ରଦର୍ଶନ ସ୍ଥଳୀ ଓ ପିକ୍ନିକ୍ କେନ୍ଦ୍ର କରିବା ଠିକ୍ ନୁହେଁ। ତପସ୍ଥଳୀକୁ ଭୋଗସ୍ଥଳୀ କରିବା ଉଚିତ ନୁହେଁ। ଏହା କରିବା ଦ୍ୱାରା ଦେବାଦେବୀ କୋପ କରିବେ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି। ସେ ଆହୁରି କହିଛନ୍ତି, ସମୁଦ୍ର ତଟରେ ଥିବା ତପସ୍ଥଳୀ, ଏହା ଏବେ ଭୋଗସ୍ଥଳୀ ଓ ସୁରା ସୁନ୍ଦରୀ କେନ୍ଦ୍ର ପାଲଟିଗଲାଣି। ତାହା ଦ୍ୱାରା ଦେବୀ ଦେବତା କୋପ କରିବେ, ଦେବୀ ଦେବତା କୋପ କଲେ ଓଡ଼ିଶାକୁ ସଙ୍କଟ ମାଡ଼ି ଆସିବ। ଶାସନତନ୍ତ୍ର କୌଣସି ଉନ୍ମାଦର ପରିଚୟ ନ ଦେଉ। ବିକାଶ ନାଁରେ ପୁରୀକୁ ଯେପରି ବିକୃତ କରାଯାଉଛି। ମାର୍ଗ ପ୍ରଶସ୍ତ ନାଁ ଏପରି କରିବା ଉଚିତ ନୁହେଁ। ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଏହାକୁ ଅନୁଧ୍ୟାନ କରନ୍ତୁ। ଦେବାଦେବୀ ପୀଠ ଭାଙ୍ଗିଥିବାରୁ କ୍ଷୋଭ ପ୍ରକାଶ କରନ୍ତୁ। ଭବିଷ୍ୟତରେ ଆଉ ଏପରି କରିବାକୁ ଦୁଃସାହସ କରିବେ ନାହିଁ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..