ରିପୋର୍ଟ କାର୍ଡ / ପୁରୀ
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁଣି ଜଣେ ସରକାରୀ କର୍ମଚାରୀ | ପୁରୀ ଜିଲ୍ଲା ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟର ଷ୍ଟାଟିଷ୍ଟିକାଲ୍ ଆସିଷ୍ଟାଣ୍ଟ କୃଷ୍ଣଚନ୍ଦ୍ର ଜେନାଙ୍କ ଘର ଭିଜିଲାନ୍ସ ରେଡ୍ କରିଛି । ଏକକାଳୀନ ୪ଟି ସ୍ଥାନରେ ରେଡ୍ ଚାଲିଛି । ପୁରୀରେ ତିନିଟି ଓ ଭୁବନେଶ୍ୱରରେ ଗୋଟିଏ ସ୍ଥାନରେ ୬ଟି ଟିମ୍ ଚଢ଼ାଉ ଜାରି ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା ଚଢ଼ାଉରେ ତ୍ରିଲୋଚନଙ୍କର ପୁରୀ ଓ ଭୁବନେଶ୍ୱରରେ ଦୁଇଟି ତିନି ମହଲା କୋଠା ଠାବ ହୋଇଛି । ରେଡରେ ସାମିଲ ଅଛନ୍ତି ଭିଜିଲାନ୍ସର ୨ ଜଣ ଡିଏସପି, ୧୦ ଜଣ ଇନିସପେକ୍ଟର ଓ ଅନ୍ୟ କର୍ମଚାରୀ । ରେଡ୍ ସରିବା ପରେ ଜଣା ପଡ଼ିବ ତାଙ୍କପ କେତେ ରହିଛି ଆୟ ବର୍ହିଭୂତ ସମ୍ପତ୍ତି ।






More Stories
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..
୨୩ ଜିଲ୍ଲା ପାଇଁ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଘୋଷଣା…..