Report Card Odisha

| Daily Odia News

ଆଜି ଶ୍ରୀମନ୍ଦିର ବଜେଟ୍,ଭକ୍ତ କିଣି ପାରିବେ ଗୋଲ୍ଡ ବଣ୍ଡ……

ରିପୋର୍ଟ କାର୍ଡ / ପୁରୀ

ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ମିଟିଂରେ ଶ୍ରୀମନ୍ଦିରର ବାର୍ଷିକ ଆୟବ୍ୟୟ ଅଟକଳ ଆଗତ କରାଯିବ। ତାପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଗୁରୁବାର ବସିଥିଲା ଅର୍ଥ ସବ୍ କମିଟି ବୈଠକ। ଏଥିରେ ଶ୍ରୀମନ୍ଦିର ପାଇଁ ୩୮୬ କୋଟି ଟଙ୍କାର ବଜେଟ୍ ସ୍ଥିର ହୋଇଛି। ତାସହ ଭକ୍ତମାନେ ଆଗାମୀ ଦିନରେ ଯେପରି ଗୋଲ୍ଡ ବଣ୍ଡ କିଣିପାରିବେ , ସେ ନେଇ ବି ବ୍ୟବସ୍ଥା କରିବାକୁ ଆଜି ପରିଚାଳନା କମିଟି ବୈଠକରେ ଆଲୋଚନା ହେବ । ଏହାସହ ମହାପ୍ରଭୁଙ୍କ ପାଇଁ ନୂଆ ଅଳଙ୍କାର ସେଟ୍ ପ୍ରସ୍ତୁତ ପ୍ରସଙ୍ଗ ମଧ୍ୟ ଉଠିବ। ରତ୍ନଭଣ୍ଡାରର ମୁଖ୍ୟ କବାଟ ରୂପାରେ ତିଆରି କରିବା, ପ୍ରତି ଜିଲ୍ଲାର ସଦର ମହକୁମାରେ ହୁଣ୍ଡି ସ୍ଥାପନ କରିବା ନେଇ ଆଲୋଚନା ହେବ। ତାସହ ଗତ ରଥଯାତ୍ରାବେଳେ ଆଡପ ପହଣ୍ଡି ବିଭ୍ରାଟ ଘଟଣାରେ ୩ ଜଣିଆ ତଦନ୍ତ କମିଟି ଦେଇଥିବା ରିପୋର୍ଟ ବି ଆଜି ମାନେଜିଂ କମିଟି ରେ ଉପସ୍ଥାପନ କରାଯିବ।

Breaking News