ରିପୋର୍ଟ କାର୍ଡ / ପୁରୀ
ଆଜି ଆଶ୍ବିନ କୃଷ୍ଣପକ୍ଷ ଚତୁର୍ଥୀ ତିଥି ବୁଧବାର | ଶ୍ରୀମନ୍ଦିର ରତ୍ନ ସିଂହାସନରେ ଶ୍ରୀଜୀଉଙ୍କୁ ବନକଲାଗି କରାଯିବ। ଏଥିପାଇଁ ଅପରାହ୍ଣ ୫ରୁ ରାତି ୯ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ମନ୍ଦିର ପ୍ରଶାସନ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ପରମ୍ପରା ଅନୁଯାୟୀ ଦ୍ବିତୀୟ ଭୋଗମଣ୍ଡପ ନୀତି ଶେଷହେବା ପରେ ଭିତରୁ ଜୟବିଜୟ ଦ୍ବାର ବନ୍ଦ କରାଯିବ। ବନକଲାଗି ପାଇଁ ଦତ୍ତମହାପାତ୍ର ସେବକ ଭିତରେ ପ୍ରବେଶ କରିବେ। ବନକଲାଗି ପରେ ଶ୍ରୀଜୀଉଙ୍କୁ ମହାସ୍ନାନ କରାଯିବ। ଏହାପରେ ସନ୍ଧ୍ୟା ଆଳତି ଓ ସନ୍ଧ୍ୟାଧୂପ ସମେତ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବ। ବନକଲାଗି ସମୟରେ ଭକ୍ତମାନେ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିପାରିବେ। ଅନ୍ୟ ଦେବଦେବୀଙ୍କୁ ଦର୍ଶନ କରିବା ସହ ଆନନ୍ଦ ବଜାରରୁ ମହାପ୍ରସାଦ କିଣିପାରିବେ।






More Stories
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..