ରିପୋର୍ଟ କାର୍ଡ / ଭୁବନେଶ୍ୱର
ପୁରୀରେ ଗ୍ରୀନ ଫିଲ୍ଡ ଏୟାରପୋର୍ଟ କରାଯିବା ନେଇ ଘୋଷଣା କଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ | ଆଜି ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପାଳିତ ଉଡ଼ାନ ଦିବସରେ ଯୋଗ ଦେଇ ଜ୍ୟୋତିରାଦିତ୍ୟ ସିନ୍ଧିଆ ମନ୍ତବ୍ୟ ଦେଇଛନ୍ତି । କହିଛନ୍ତି ପୁରୀକୁ ଗ୍ରୀନ ଫିଲ୍ଡ ଏୟାରପୋର୍ଟ ପାଇଁ ରାଜ୍ୟକୁ ବିସ୍ତୃତ ରିପୋର୍ଟ ଦେଇଛୁ । ରାଜ୍ୟ ସରକାରଙ୍କୁ ରିପୋର୍ଟ ଦିଆଯାଇଛି ରାଜ୍ୟର ଜବାବକୁ ଅପେକ୍ଷା କରିଛୁ । ରାଜ୍ୟ ସରକାର ଯେତେ ଶୀଘ୍ର ଜବାବ ଦେବେ, କାର୍ଯ୍ୟ ଆଗକୁ ବଢ଼ିବ । ଜୟପୁର ଏବଂ ଉତକେଲା ପ୍ରସ୍ତାବ ବି ଶୀଘ୍ର ଦେବାକୁ ରାଜ୍ୟକୁ କହିଲେ ସିନ୍ଧିଆ । ଦୁଇ ଏୟାରପୋର୍ଟ ନେଇ ରାଜ୍ୟ ପ୍ରସ୍ତାବ ଦେଲେ ତୁରନ୍ତ ଲାଇସେନ୍ସ ବ୍ୟବସ୍ଥା ହେବାନେଇ କହିଛନ୍ତି ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ।






More Stories
ରାଷ୍ଟ୍ରପତିଙ୍କ ଗସ୍ତ:ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ…..
ପାନ ମସଲାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୟାନ…..
ରାଷ୍ଟ୍ରପତିଙ୍କ ଗସ୍ତ:୩୦ ପ୍ଲାଟୁନ ଫୋର୍ସ ମୁତୟନ…..