ରିପୋର୍ଟ କାର୍ଡ / ଭୁବନେଶ୍ୱର
ପୁରୀରେ ଗ୍ରୀନ ଫିଲ୍ଡ ଏୟାରପୋର୍ଟ କରାଯିବା ନେଇ ଘୋଷଣା କଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ | ଆଜି ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପାଳିତ ଉଡ଼ାନ ଦିବସରେ ଯୋଗ ଦେଇ ଜ୍ୟୋତିରାଦିତ୍ୟ ସିନ୍ଧିଆ ମନ୍ତବ୍ୟ ଦେଇଛନ୍ତି । କହିଛନ୍ତି ପୁରୀକୁ ଗ୍ରୀନ ଫିଲ୍ଡ ଏୟାରପୋର୍ଟ ପାଇଁ ରାଜ୍ୟକୁ ବିସ୍ତୃତ ରିପୋର୍ଟ ଦେଇଛୁ । ରାଜ୍ୟ ସରକାରଙ୍କୁ ରିପୋର୍ଟ ଦିଆଯାଇଛି ରାଜ୍ୟର ଜବାବକୁ ଅପେକ୍ଷା କରିଛୁ । ରାଜ୍ୟ ସରକାର ଯେତେ ଶୀଘ୍ର ଜବାବ ଦେବେ, କାର୍ଯ୍ୟ ଆଗକୁ ବଢ଼ିବ । ଜୟପୁର ଏବଂ ଉତକେଲା ପ୍ରସ୍ତାବ ବି ଶୀଘ୍ର ଦେବାକୁ ରାଜ୍ୟକୁ କହିଲେ ସିନ୍ଧିଆ । ଦୁଇ ଏୟାରପୋର୍ଟ ନେଇ ରାଜ୍ୟ ପ୍ରସ୍ତାବ ଦେଲେ ତୁରନ୍ତ ଲାଇସେନ୍ସ ବ୍ୟବସ୍ଥା ହେବାନେଇ କହିଛନ୍ତି ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ।






More Stories
ଭୁବନେଶ୍ୱର ଗଣବଳାତ୍କାର:ଝିଅମାନେ ରାତି ୮ଟା ପରେ…..
ବଢ଼ିବ ଜମି ମୂଲ୍ୟ…..
ବିଶ୍ଵସନୀୟତା ହରାଉଛି ସରକାର….