ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରବିବାର ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବିଜେପି ନେତା ତଥା ପୁଷ୍କର ସିଂ ଧାମି । ଖତିମା ବିଧାନସଭା ଆସନରୁ ଦ୍ୱିତୀୟ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ପୁଷ୍କର ଉତ୍ତରାଖଣ୍ଡର ଏକାଦଶ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ଚାରି ମାସ ମଧ୍ୟରେ ସେ ତୃତୀୟ ମୁଖ୍ୟମନ୍ତ୍ରୀ ଭାବେ ଏହି ଦ୍ୱାୟିତ୍ୱ ଗ୍ରହଣ କରିଛନ୍ତି । ଚାରିମାସ ପୂର୍ବେ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତଙ୍କ ଇସ୍ତଫା ପରେ ତିରଥ ସିଂ ରାୱତ ସିଏମ ଭାବରେ ଶପଥ ଗ୍ରହଣ କରିଥିଲେ । ତେବେ ତୀରଥ ସିଂ ରାୱତଙ୍କ ଇସ୍ତଫା ପରେ ପୁଷ୍କର ସିଂ ଧାମିଙ୍କ ନାମ ମୁଖ୍ୟମନ୍ତ୍ରୀ ଭାବରେ ନିଷ୍ପତ୍ତି ନିଆଯାଇଥିଲା । ଉଦମ ସିଂ ନାଗରର ଖତିମା ବିଧାନସଭା ଆସନରୁ ସେ ଦ୍ୱିତୀୟ ଥର ପାଇଁ ବିଧାୟକ ହୋଇଛନ୍ତି । ଧାମି ବିଜେପିର ଜଣେ ଯୁବ ନେତା । ଉତ୍ତରାଖଣ୍ଡରେ ଏପର୍ଯ୍ୟନ୍ତ ହୋଇଥିବା ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ସେ ହେଉଛନ୍ତି ସର୍ବ କନିଷ୍ଠ ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..