Report Card Odisha

| Daily Odia News

‘ପୁଷ୍ପା-୨’ରେ ନଜର ଆସିବେ ଏହି ସୁନ୍ଦରୀ ଅଭିନେତ୍ରୀ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ୍ ଆଗାମୀ ଫିଲ୍ମ ‘ପୁଷ୍ପା-୨’ ପାଇଁ ବେଶ୍ ଚର୍ଚ୍ଚାରେ ରହିଛନ୍ତି । ଅଭିନେତା ପୁଷ୍ପା ଫିଲ୍ମ ସହିତ ପ୍ୟାନ୍ ଇଣ୍ଡିଆ ଷ୍ଟାର ହୋଇଯାଇଛନ୍ତି । ଏହି ଫିଲ୍ମ ଭଲ କଲେକ୍ସନ କରିଥିଲା । ବର୍ତ୍ତମାନ ଫ୍ୟାନ୍ସ ଫିଲ୍ମର ଦ୍ବିତୀୟ ଭାଗକୁ ଅପେକ୍ଷା କରି ରହିଛନ୍ତି । ଏବେ ଫିଲ୍ମକୁ ନେଇ ଆସିଛି ଆଉ ଏକ ଅପଡେଟ୍ । ଫିଲ୍ମରେ ରଶ୍ମିକା ମନ୍ଦନାଙ୍କ ବ୍ୟତୀତ ଦେଖିବାକୁ ମିଳିବେ ଆଉ ଜଣେ ସାଉଥ୍ ସୁନ୍ଦରୀ । ଏକ ରିପୋର୍ଟ ଅନୁଯାୟୀ, ସାଇ ପଲ୍ଲଭୀ ଏହି ଫିଲ୍ମରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ରଶ୍ମିକା ମନ୍ଦନାଙ୍କ ବ୍ୟତୀତ ତାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ମଧ୍ୟ ଏହି ଫିଲ୍ମରେ ଦେଖିବାକୁ ମିଳିବ ।

ତେବେ ସେ ଏକ ସପ୍ତାହ ମଧ୍ୟରେ ଫିଲ୍ମର ସୁଟିଂ ଶେଷ କରିବେ ବୋଲି ଜଣାପଡିଛି | ‘ପୁଷ୍ପା-୨’ରେ ସାଇ ପଲ୍ଲଭି ଭୂମିକାକୁ ନେଇ ନିର୍ମାତାମାନେ କୌଣସି ସରକାରୀ ଘୋଷଣା କରିନାହାଁନ୍ତି ।କୁହାଯାଉଛି କି ଏହି ଅଫର୍ ସମନ୍ଥା ରୁଥ ପ୍ରଭୁଙ୍କୁ କରାଯାଇଥିଲା । କିନ୍ତୁ ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଥିଲେ ସମନ୍ଥା । ଅଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦନାଙ୍କ ଫିଲ୍ମ ‘ପୁଷ୍ପା ୨’ ବିଷୟରେ ଅନେକ ଗୁଜବ ଶୁଣିବାକୁ ମିଳୁଛି ।

Breaking News