ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରୁଷ୍-ୟୁକ୍ରେନ୍ ଯୁଦ୍ଧରେ ଆମେରିକାର ଭୂମିକା ସମ୍ପର୍କରେ ମନ୍ତବ୍ୟ ଦେଇ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ପ୍ରତିକ୍ରିୟା ରଖିଛନି | କହିଛନ୍ତି କି ବଡ଼ ଦୁଃଖର ବିଷୟ। ପୁଟିନ୍ ବାଇଡେନ୍ଙ୍କୁ ଢୋଲ ପରି ବଜାଉଛନ୍ତି। ତାହା ଦେଖିବାକୁ ଭଲ ଲାଗୁନାହିଁ | ପୁଟିନ୍ଙ୍କୁ ୟୁକ୍ରେନ୍ ସହ ଯୁଦ୍ଧ କରିବାକୁ ସୁଯୋଗ ଦେଇଛନ୍ତି ବୋଲି ରାଷ୍ଟ୍ରପତି ବାଇଡେନ୍ଙ୍କ ଉପରେ ଦୋଷାରୋପ କରି ଟ୍ରମ୍ପ୍ ଏହି ଆକ୍ରମଣକୁ ବିଦ୍ରୂପ ଏବଂ ମାନବତା ଉପରେ ଆକ୍ରମଣ ବୋଲି କହିଛନ୍ତି। ଆଗରୁ ଏହି ଯୁଦ୍ଧ ସମ୍ପର୍କରେ ସକାରାତ୍ମକ ମତପୋଷଣ କରୁଥିବା ଟ୍ରମ୍ପ୍ ହଠାତ୍ ତାଙ୍କର ମତ ପରିବର୍ତ୍ତନ କରି ରୁଷ୍ର ୟୁକ୍ରେନ୍ ଆକ୍ରମଣକୁ ଭୟବହ ଘଟଣା କହି ନିନ୍ଦା କରିଛନ୍ତି। ତା’ଛଡ଼ା, ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କୁ ବାଇଡେନ୍ ପ୍ରଶାସନ ମୁକାବିଲା କରିପାରୁ ନାହିଁ ବୋଲି ସେ କହିଛନ୍ତି । ଫ୍ଲୋରିଡାରେ ‘କଞ୍ଜର୍ଭେଟିଭ୍ ପଲିଟିକାଲ୍ ଆକ୍ସନ୍ କନ୍ଫରେନ୍ସ୍’ରେ (ସିପିଏସି) ଭାଷଣ ଦେବା ବେଳେ ଟ୍ରମ୍ପ୍ କହିଛନ୍ତି, ୟୁକେନ୍ ଉପରେ ରୁଷୀୟ ଆକ୍ରମଣ ବଡ଼ କ୍ଷୋଭର କଥା। ଏଭଳି କ୍ରୋଧ ଉଦ୍ରେକକାରୀ ଓ ଭୟବହ ଦୁଷ୍ଟାମି କରାଯିବା ଅନୁଚିତ ଥିଲା। ଆକ୍ରମଣ କରିବା ଅନୁଚିତ କଥା। ଆମେ ସ୍ବାଭିମାନୀ ୟୁକ୍ରେନୀୟଙ୍କ ପାଇଁ ପ୍ରାର୍ଥନା କରୁଛୁ। ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦମିର୍ ଜେଲେନ୍ସ୍କିଙ୍କୁ ଜଣେ ସାହସୀ ବୋଲି ପ୍ରଶଂସା କରିବା ସହ ଭ୍ଲାଦିମିର୍ ପୁଟିନ୍ଙ୍କ ସହ ନିଜର ସୌହାର୍ଦ୍ଦ୍ୟପୂର୍ଣ୍ଣ ବନ୍ଧୁତ୍ବ ଉପରେ ଗୁରୁତ୍ବାରୋପ କରି ଟ୍ରମ୍ପ୍ କହିଛନ୍ତି ସେ ହ୍ବାଇଟ୍ ହାଉସ୍ରେ ଥିଲେ ୟୁକ୍ରେନ୍ ଆକ୍ରମଣ ହୋଇ ନ ଥାଆନ୍ତା।






More Stories
ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶୁଭେନ୍ଦୁ ଅଧିକାରୀ…..
ବିଜୟ ହେବେ ତାମିଲନାଡୁର ମୁଖ୍ୟମନ୍ତ୍ରୀ……
ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ…..