ରିପୋର୍ଟ କାର୍ଡ / ଗଞ୍ଜାମ
ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ପୁଅ ଓ ମା ଉପରକୁ ମରଣାନ୍ତକ ଆକ୍ରମଣ କରାଯାଇଛି l ଆକ୍ରମଣରେ ପୁଅ ଗୁରୁତର ହୋଇଥିବା ବେଳେ ମା ଆହାତ ହୋଇଛନ୍ତି l ଗଞ୍ଜାମ ଜିଲ୍ଲା ଆସିକା ଥାନା ସିଦ୍ଧନଇ ଗ୍ରାମ ପଞ୍ଚାୟତ ର ମହାରାଜପୁର ଗ୍ରାମର ସୁନ୍ଦରୀ ବେହେରା ଏବଂ ତାଙ୍କ ପୁଅ ୪୫ ବର୍ଷୀୟ ବଳରାମ ବେହେରା ଙ୍କୁ ଶନିବାର ସନ୍ଧ୍ୟାରେ କିଛି ବ୍ୟକ୍ତି ଘରେ ପଶି ଠେଙ୍ଗା ଓ କତି ରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ l ଉଭୟଙ୍କୁ ଚିକିତ୍ସା ନିମନ୍ତେ ଆସିକା ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତି କରାଯାଇଥିବା ବେଳେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି l ଅନ୍ୟପଟେ ରାଜନୀତି କୁ କେନ୍ଦ୍ରକରି ହିଂସା ହୋଇଥିବା ଆକଳନ କରାଯାଉଛି l
More Stories
ଦୁଷ୍କର୍ମ ପରେ ଶିଶୁକନ୍ୟାକୁ ହତ୍ୟା….
କାଳବୈଶାଖୀ ଓ୍ବାର୍ନିଂ,୫୦ରୁ ୬୦ କି.ମି.ବେଗରେ ପବନ…..
ଭୁବନେଶ୍ୱରର ଦୁଇ ଷ୍ଟେସନ ନିକଟରୁ ୨ ମୃତଦେହ ଉଦ୍ଧାର…..