Report Card Odisha

| Daily Odia News

ପୁଟିନ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇଛି । ସେ ଜଟିଳ ରକ୍ତକର୍କଟରେ ଆକ୍ରାନ୍ତ ହୋଇ ଏବେ ଜୀବନ ମରଣ ସହ ସଂଘର୍ଷ କରୁଥିବା ଏକ ଗୋପନ ରିପୋର୍ଟରୁ ଜଣାପଡିଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥା କ୍ରମାଗତ ଭାବେ ସଙ୍କଟାପନ୍ନ ହେବାରେ ଲାଗିଛି । ତାଙ୍କର ଚିକିତ୍ସା ଅସାଧ୍ୟ କି ସମ୍ଭବ ତାହା ମଧ୍ୟ ସ୍ପଷ୍ଟ ହୋଇନି। ତେବେ ସେ ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ପରଠାରୁ ଅଧିକ ଅସୁସ୍ଥ ହୋଇପଡିଥିବା ଏବଂ ତାଙ୍କ ସ୍ୱାସ୍ଥ୍ୟବସ୍ଥା କ୍ରମାଗତ ଭାବେ ବିଗିଡ଼ିବାରେ ଲାଗିଥିବା ସୂଚନା ଦେଇଛନ୍ତି ଜଣେ ପୂର୍ବତନ ବ୍ରିଟିଶ ଗୁପ୍ତଚର ଖ୍ରୀଷ୍ଟୋଫେର ଷ୍ଟେଲି। ଷ୍ଟ୍ରେଲି ଏହି ତଥ୍ୟ ପ୍ରଘଟ କରିଛନ୍ତି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ ଟ୍ରମ୍ପଙ୍କ ବିରୋଧରେ ଏକ ଫାଇଲ ଲେଖି ୨୦୧୬ ଆମେରିକା ନିର୍ବାଚନରେ ରୁଷ ହସ୍ତକ୍ଷେପ କରି ଟ୍ରମ୍ପ୍‌ଙ୍କୁ ଜିତାଇଥିବା ଷ୍ଟ୍ରେଲି ଉଲ୍ଲେଖ କରିଥିଲେ। ଏହାକୁ ନେଇ ସେତେବେଳେ ବେଶ୍‌ ହଇଚଇ ସୃଷ୍ଟି ହୋଇଥିଲା। ଘଟଣାର ଅନୁସନ୍ଧାନ ମଧ୍ୟ କରାଯାଇଥିଲା। ଅନ୍ୟପଟେ ରୁଷ୍‌ ରାଷ୍ଟପ୍ରତିଙ୍କର ଜଣେ ଏକାନ୍ତ ଅନୁଗତଙ୍କଠାରୁ ପୁଟିନଙ୍କ ଅବସ୍ଥା ଗୁରୁତର ଥିବା ତଥ୍ୟ ଷ୍ଟ୍ରେଲି ରେକର୍ଡ କରିଥିବା ଦାବି କରିଛନ୍ତି। ଏହି ତଥ୍ୟ ଆମେରିକାର ପତ୍ରିକା ‘ନ୍ୟୁ ଲାଇନ୍‌’ରେ ପ୍ରକାଶ ପାଇଛି। ୟୁକ୍ରେନ ଯୁଦ୍ଧ ପରଠାରୁ ପୁଟିନ କ୍ବଚିତ୍‌ ସର୍ବସାଧାରଣକୁ ଆସିଛନ୍ତି। ଗତ ସପ୍ତାହରେ ମସ୍କୋର ବିଜୟ ଦିବସ ଉପଲକ୍ଷେ ପୁଟିନ ବାହାରକୁ ଆସି ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇଥିଲ। ଏହି ଭିଡିଓରେ ପୁଟିନ ଶାରିରୀକ ଦୁର୍ବଳ ଥିବା ଜଣାପଡ଼ିଥିଲା। ମିଳିଥିବା ସୂଚନା ଅନୁଯାୟୀ, ପୁଟିନ ବ୍ଲଡ କ୍ୟାନ୍ସରରେ ପୀଡ଼ିତ ହୋଇ ଅପରେସନ କରାଇଛନ୍ତି ।

 

 

Breaking News