Report Card Odisha

| Daily Odia News

ୟୁକ୍ରେନ ସହ ଯୁଦ୍ଧ ବନ୍ଦ କରିବା ପୂର୍ବରୁ ସର୍ତ୍ତ ରଖିଲେ ପୁଟିନ୍…..

ରିପୋର୍ଟ କାର୍ଡ / ନୂଆଦିଲ୍ଳୀ

ଦୀର୍ଘ ୩ ବର୍ଷ ହେବ ଚାଲିଆସିଥିବା ଯୁଦ୍ଧ ବନ୍ଦ କରିବା ଲଗାଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜୋରଦାର ପ୍ରୟାସ କରୁଛନ୍ତି । ଉଭୟ ୟୁକ୍ରେନ୍ ଓ ଋଷ ରାଷ୍ଟ୍ରପତିଙ୍କୁ ଆଲୋଚନା କରି ଯୁଦ୍ଧ ବନ୍ଦ କରିବା ପାଇଁ ବାରମ୍ୱାର ବୁଝାଇଆସିଛନ୍ତି ଟ୍ରମ୍ପ । ଏହାରି ଭିତରେ ଯୁଦ୍ଧ ବନ୍ଦ ପାଇଁ ପ୍ରସ୍ତୁତ ହୋଇଥିଲା ଏକ ଚୁକ୍ତି ପତ୍ର । କିନ୍ତୁ ଏଥିରେ ପୁଣି କେଁ ପୁରାଇଛନ୍ତି ଋଷ ରାଷ୍ଟ୍ରପତି ପୁଟିନ୍ । ରିପୋର୍ଟ ଆଧାରରେ, ୟୁକ୍ରେନ ସହ ଯୁଦ୍ଧ ବନ୍ଦ କରିବା ଚୁକ୍ତିକୁ ସହମତି ଦେବା ପୂର୍ବରୁ ଦୁଇଟି ସର୍ତ୍ତ ରଖିଛନ୍ତି ପୁଟିନ୍ । ସେ ରଖିଥିବା ପ୍ରଥମ ସର୍ତ୍ତ ହେଉଛି, ୟୁକ୍ରେନକୁ ନାଟୋ ସଦସ୍ୟତା ଦିଆଯିବ ନାହିଁ । ଦ୍ୱିତୀୟ ସର୍ତ୍ତ ରହିଛି, ଋଷ ଦଖଲ କରିଥିବା କ୍ରିମିଆ ଏବଂ ୟୁକ୍ରେନର ଅନ୍ୟ ୪ଟି ଅଞ୍ଚଳକୁ ଅନ୍ତର୍ଜାତୀୟ ସ୍ୱୀକୃତି ଦେବା । ପୂର୍ବରୁ ବି ଏହି ଦାବି ଦୋହରାଇ ଆସିଛନ୍ତି ପୁଟିନ୍ । ଏପରି ପରିସ୍ଥିତିରେ ପ୍ରଶ୍ନ ଉଠୁଛି, ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ଏବେ କଣ କରିବେ ? ଅନେକ ଚାପ ଭିତରେ ଜେଲେନସ୍କି ଯୁଦ୍ଧବିରତି ସପକ୍ଷରେ ଅଛନ୍ତି, କିନ୍ତୁ ପୁଟିନଙ୍କ ଜିଦ୍ ବଡ ସମସ୍ୟା ସୃଷ୍ଟି କରିଛି ।

Breaking News