ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଖୁବ୍ଶୀଘ୍ର ଭାରତ ଗସ୍ତରେ ଆସିବେ। ରୁଷ-ୟୁକ୍ରେନ ଯୁଦ୍ଧ ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତବର୍ଷ ଋଷ ଗସ୍ତ ସମୟରେ ପୁଟିନଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଥିଲେ, ଯାହାକୁ ପୁଟିନ ଏବେ ଗ୍ରହଣ କରିଛନ୍ତି। ରୁଷର ବୈଦେଶିକ ମନ୍ତ୍ରୀ ସେରଗେଇ ଲାଭରୋଭ ଗୁରୁବାର ଏହାକୁ ନିଶ୍ଚିତ କରିଛନ୍ତି ଏବଂ କହିଛନ୍ତି ଯେ ପୁଟିନଙ୍କ ଭାରତ ଗସ୍ତ ପାଇଁ ପ୍ରସ୍ତୁତି ଚାଲିଛି, ଯଦିଓ ସେ ଗସ୍ତର ତାରିଖ ପ୍ରକାଶ କରିନାହାଁନ୍ତି। ଲାଭରୋଭ କହିଛନ୍ତି, ‘ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣ ଗ୍ରହଣ କରିଛନ୍ତି।’ ଏବେ ଆମର ପାଳି । ଏହି ଗସ୍ତ ଏଥିପାଇଁ ମଧ୍ୟ ସ୍ୱତନ୍ତ୍ର କାରଣ ଭାରତ ଏବଂ ରୁଷ ମଧ୍ୟରେ ସମ୍ପର୍କ ସର୍ବଦା ମଜବୁତ ରହିଛି। ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ତୃତୀୟ କାର୍ଯ୍ୟକାଳ ପରେ ପ୍ରଥମ ବିଦେଶ ଗସ୍ତରେ ରୁଷ ଯାଇଥିଲେ। ଏବେ, ପୁଟିନଙ୍କ ଭାରତ ଗସ୍ତ ଦୁଇ ଦେଶ ମଧ୍ୟରେ ଆହୁରି ମଜବୁତ ସମ୍ପର୍କର ଏକ ସଙ୍କେତ। ଲାଭରୋଭ କହିଛନ୍ତି, ‘ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣ ଗ୍ରହଣ କରିଛନ୍ତି।’ ଏବେ ଆମର ପାଳି । ଏହି ଗସ୍ତ ଏଥିପାଇଁ ମଧ୍ୟ ସ୍ୱତନ୍ତ୍ର କାରଣ ଭାରତ ଏବଂ ରୁଷ ମଧ୍ୟରେ ସମ୍ପର୍କ ସର୍ବଦା ମଜବୁତ ରହିଛି। ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ତୃତୀୟ କାର୍ଯ୍ୟକାଳ ପରେ ପ୍ରଥମ ବିଦେଶ ଗସ୍ତରେ ରୁଷ ଯାଇଥିଲେ। ଏବେ, ପୁଟିନଙ୍କ ଭାରତ ଗସ୍ତ ଦୁଇ ଦେଶ ମଧ୍ୟରେ ଆହୁରି ମଜବୁତ ସମ୍ପର୍କର ଏକ ସଙ୍କେତ। ଏହି ଗସ୍ତ ସମୟରେ ପୁଟିନ ଏବଂ ମୋଦୀ ଉଭୟ ୟୁକ୍ରେନ ଯୁଦ୍ଧ, ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବା ପରେ ବିଶ୍ୱ ପରିସ୍ଥିତିରେ ପରିବର୍ତ୍ତନ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବେ ବୋଲି ଆଶା କରାଯାଉଛି। ୟୁକ୍ରେନ ଯୁଦ୍ଧରେ ଭାରତ ସର୍ବଦା ନିରପେକ୍ଷ ଆଭିମୁଖ୍ୟ ରଖିଆସିଛି ।






More Stories
ମଣିପୁରରୁ ହଟିଲା ରାଷ୍ଟ୍ରପତି ଶାସନ,ଶପଥ ନେଲେ ମୁଖ୍ୟମନ୍ତ୍ରୀ….
୨ ଆତଙ୍କୀ ନିହତ…..
ପିଟି ହେଲା ଦୁଇ ବିମାନର ଡେଣା…..