ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର୍ ପୁଟିନ୍ ଆସନ୍ତା ଡିସେମ୍ବରରେ ଭାରତ ଗସ୍ତରେ ଆସିବେ। ଏନେଇ କ୍ରେମଲିନର ବହିର୍ବ୍ୟାପାର ନୀତି ପରାମର୍ଶଦାତା ୟୁରି ଉଷାକୋଭ ଶୁକ୍ରବାର ସୂଚନା ଦେଇଛନ୍ତି। ପୁଟିନ୍ ପ୍ରାୟ ୪ ବର୍ଷ ପରେ ଭାରତ ଆସିବେ। ଶେଷଥର ପାଇଁ ସେ ୨୦୨୧ ଡିସେମ୍ବରରେ ଭାରତ ଗସ୍ତରେ ଆସିଥିଲେ। ଆସନ୍ତା ୧ ତାରିଖରେ ଚାଇନାର ତିଆନ୍ଜିନ୍ରେ ଶାଂଘାଇ ସହଯୋଗ ସଙ୍ଗଠନ (ଏସ୍ସ୍ିଓ)ର ଶିଖର ସମ୍ମିଳନୀରେ ପୁଟିନ୍ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ସାକ୍ଷାତ୍ ହେବ। ଭାରତୀୟ ସାମଗ୍ରୀ ଉପରେ ଆମେରିକାର ୫୦% ଟାରିଫ୍ ମଧ୍ୟରେ ଏହି ସାକ୍ଷାତ୍କୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।






More Stories
ପୁଟିନଙ୍କ ଆଜି ଦିନର କାର୍ଯ୍ୟସୂଚୀ…..
ଭୂକମ୍ପରେ ଥରିଲା ବାଂଲାଦେଶ…..
ଯୁକ୍ତ ୨ ପରୀକ୍ଷା ପାଇଁ ତାରିଖ ଘୋଷଣା….