Report Card Odisha

| Daily Odia News

‘ଜି-୨୦’ ଶିଖର ସମ୍ମିଳନୀରେ ଯୋଗ ଦେବେନାହିଁ ପୁଟିନ୍‌…….

ରିପୋର୍ଟ କାର୍ଡ / ଭୁବନେଶ୍ବର

ଆସନ୍ତା ସପ୍ତାହରେ ଇଣ୍ଡୋନେସିଆରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ ଯୋଗ ଦେବେନାହିଁ | ଏନେଇ ଆଜି ଜଣେ ଇଣ୍ଡୋନେସୀୟ ସରକାରୀ ଅଧିକାରୀ କହିଛନ୍ତି । ୟୁକ୍ରେନ୍‌ରେ ଚଳାଇଥିବା ଯୁଦ୍ଧ ଯୋଗୁଁ ସେ ଆମେରିକା ଓ ତା’ର ମିତ୍ର ରାଷ୍ଟ୍ରମାନଙ୍କ ସହ ସମ୍ମୁଖୀନ ହେବା ସମ୍ଭାବନାକୁ ଏଡ଼ାଇବା ପାଇଁ ପୁଟିନ୍‌ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି ଅନୁମାନ କରାଯାଉଛି। ନଭେମ୍ବର ୧୫ରେ ବାଲିରେ ଆୟୋଜନ ହେବାକୁ ଥିବା ଏହି ଦୁଇଦିନିଆ ଶିଖର ସମ୍ମିଳନୀରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌, ଚୀନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କ ସମେତ ଅନ୍ୟ ବିଶ୍ବନେତାମାନେ ଯୋଗ ଦେବେ ବୋଲି ଜଣାପଡିଛି ।

Breaking News