Report Card Odisha

| Daily Odia News

ଭାରତ ଆସିବେନି ପୁଟିନ୍ ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବେନି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ | କ୍ରେମଲିନକୁ ସୁତ୍ରକୁ ଉଦ୍ଧାର କରି ଏକ ଅନ୍ତର୍ଜାତୀୟ ନ୍ୟୁଜ ଏଜେନ୍ସି ଏହି ସୂଚନା ଦେଇଛି । ଆସନ୍ତା ମାସ ଅର୍ଥାତ ସେପ୍ଟେମ୍ବରରେ ଭାରତରେ ଜି-୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ଏହି ଶିଖର ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକାରନ ଓ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ପ୍ରମୁଖ ବିଶ୍ବନେତାମାନେ ଯୋଗ ଦେବେ। ସେପ୍ଟେମ୍ବରରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଭାରତ ଗସ୍ତରେ ଯିବେ ନାହିଁ ବୋଲି ରୁଷ୍ ରାଷ୍ଟ୍ରପତିଙ୍କ ମୁଖପାତ୍ର ଦିମିତ୍ରୀ ପେସ୍କୋଭ କହିଛନ୍ତି। ସ୍ୱତନ୍ତ୍ର ସାମରିକ ଅଭିଯାନ ଉପରେ ସେମାନଙ୍କ ଫୋକସ ରହିଛି । ୟୁକ୍ରେନରେ ଯୁଦ୍ଧ ଅପରାଧ ଅଭିଯୋଗରେ ପୁଟିନଙ୍କ ବିରୋଧରେ ଅନ୍ତର୍ଜାତୀୟ ଅପରାଧ ଅଦାଲତ ଗିରଫ ପରୱାନା ଜାରି କରିଛନ୍ତି। ଅର୍ଥାତ୍ ବିଦେଶ ଗସ୍ତ ସମୟରେ ଭ୍ଲାଦିମିର ପୁଟିନ ଗିରଫ ହେବାର ଆଶଙ୍କା ରହିଛି। ବ୍ରିକ ସମ୍ମିଳନୀରେ ବି ପୁଟିନ ଯୋଗ ଦେଇନଥିଲେ ଓ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧନ କରିନଥିବା ଦେଖିବାକୁ ମିଳିଛି |

Breaking News